ସମ୍ବଲପୁର :ମହାନଦୀରେ ଖସିପଡିଥିବା ବୃଦ୍ଧ ସୁରକ୍ଷିତ ଉଦ୍ଧାର । ୬୯ ବର୍ଷର ବୃଦ୍ଧ ବ୍ୟକ୍ତିଙ୍କୁ ସୁରକ୍ଷିତ ଉଦ୍ଧାର କଲେ ଅଗ୍ନିଶମ ଟିମ୍ । ସେଲଫି ନେଲା ବେଳେ ଖସି ପଡିଥିବା କହିଲେ ଉଦ୍ଧାର ବୃଦ୍ଧ । ଗାଡି ରଖି ସେଲଫି ନେଉଥିବା ବେଳେ ଗୋଡ ଖସି ଯାଇଥିଲା । ସ୍ନାୟୁଗତ ସମସ୍ୟା ମଧ୍ୟ ଥିଲା , ହଠାତ ଗୋଡ ଖସିଗଲା । ବଞ୍ଚିବା ଅଶା ନ ଥିଲା , ବଡ ଘାସ ବୁଦାକୁ ଘରି ରହି ଯାଇଥିଲି ବୋଲି କହିଛନ୍ତି ବୃଦ୍ଧ । ଚାଉଁରପୁର ବ୍ରିଜରେ ସ୍କୁଟି ରଖି ମହାନଦୀରେ ଖସିପଡିଥିଲେ ବୃଦ୍ଧ । ୩ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଉଦ୍ଧାର କଲା ଅଗ୍ନିଶମ ବାହିନୀ। ତାଙ୍କ ନାଁ ସୁରେନ୍ଦ୍ର ମୋହନ ମିଶ୍ର। ସେ ଜିଲ୍ଲାପାଳ କାର୍ୟ୍ୟାଳୟର ଜଣେ ଅବସରପ୍ରାପ୍ତ କର୍ମଚାରୀ ବୋଲି ଜଣାପଡ଼ିଛି । ଆଜି ସକାଳେ ସୁରେନ୍ଦ୍ର ପୋଲ ଉପରେ ବସି ଫଟୋ ଉଠାଉଥିବାବେଳେ ଅସାବଧାନତାବଶତଃ ପାଣି ଭିତରେ ଖସିପଡିଥିଲେ। ପୋଲ ଉପରେ ସ୍କୁଟି ଓ ଚପଲ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ବହୁ ଖୋଜାଖୋଜି ପରେ ବୃଦ୍ଧଙ୍କୁ ପାଣି ଭିତରୁସୁରକ୍ଷିତ ଉଦ୍ଧାର କରାଯାଇଥିଲା।
ସେଲଫି ହେଲା କାଳ : ନଦୀକୁ ଖସିଲେ ବୃଦ୍ଧ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











