The Ultimate Managed Hosting Platform
ADVERTISEMENT

ସେଫ କ୍ୟାମ୍ପେନ କରିବ ଉଚ୍ଚ ଶିକ୍ଷା ବିଭାଗ :ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

Facebook
Twitter
LinkedIn

ଭୁବନେଶ୍ୱର : ସେଫ କ୍ୟାମ୍ପେନ କରିବ ଉଚ୍ଚ ଶିକ୍ଷା ବିଭାଗ । ଏ ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଯୁବପୀଢିଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ରୋକିବାକୁ ପଦକ୍ଷେପ । ସବୁ କଲେଜ ଓ ବିଶ୍ୱ ବିଦ୍ୟାଳୟରେ ସେଫ କ୍ୟାମ୍ପେନ କରାଯିବ । ଶକ୍ତିଶ୍ରୀ ସ୍କିମ ଜରିଆରେ ସେଫ କ୍ୟାମ୍ପେନ କାର୍ଯ୍ୟକ୍ରମ କରାଯିବ । ଛାତ୍ରଛାତ୍ରୀଙ୍କ ମାନସିକ ସନ୍ତୁଳନ କିପରି ଠିକ ରହିବ ପଦକ୍ଷେପ ନିଆଯିବ । ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ କହିଛନ୍ତି, ଶକ୍ତିଶ୍ରୀ ସ୍କିମରେ ସେଫ କ୍ୟାମ୍ପନ ଭଳି କାର୍ୟ୍ୟକ୍ରମ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ବିଭାଗ କରିବାକୁ ଯାଉଛି। ଛାତ୍ରଛାତ୍ରୀଙ୍କ ମାନସିକ ସନ୍ତୁଳନ କିପରି ଠିକ୍ ରହିବ ଓ କୌଣସି ପରିସ୍ଥିତିରେ ବି କେହି ଯେମିତି ଦୁର୍ଭାଗ୍ୟଜନକ ପଦକ୍ଷେପ ନ ନିଅନ୍ତି, ଶକ୍ତିଶ୍ରୀ ଯୋଜନାରେ ପଦକ୍ଷେପ ନିଆ ଯାଇଛି। କ୍ୟାମ୍ପସରେ ସଚେତନତା ସହ ସମସ୍ତେ ସମସ୍ତଙ୍କୁ ସାହାଯ୍ୟ କରିବା ଦରକାର। ଯଦି କେହି କୌଣସି ଘଟଣାକୁ ନେଇ ବ୍ୟସ୍ତ ବିବ୍ରତ ହେଉଛନ୍ତି, ତାଙ୍କୁ ବୁଝେଇବାକୁ ପଡ଼ିବ। ଉଚିତ ଫୋରମ ଅଛି, ତାଙ୍କୁ ସେ ବିଷୟରେ ବୁଝାଇବାକୁ ପଡ଼ିବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login