ଭୁବନେଶ୍ଵର : ସେଣ୍ଟ୍ରାଲ ଫୋରେନସିକ୍ ଲାବ୍ ଯିବ ନାଗ-ଚାନ୍ଦ ଦମ୍ପତିଙ୍କ ମୋବାଇଲ୍ ଫୋନ୍ । ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ୩ଟି ମୋବାଇଲ୍ ଫୋନକୁ ଯାଞ୍ଚ ପାଇଁ କୋଲକାତା ସ୍ଥିତ ସିଏଫଏସଏଲ ପଠାଯିବ । ଏଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର ସିବିଆଇ କୋର୍ଟ-୧ । ଭୁବନେଶ୍ୱର ଏସଏଫଏସଏଲରୁ ଏହି ଫୋନକୁ ଖଣ୍ଡଗିରି ଥାନା ଅଧିକାରୀ ତଥା ତଦନ୍ତକାରୀ ଅଧିକାରୀ ଦୟାନିଧି ନାୟକ ଆଣି ସ୍ଥିତ ସିଏଫଏସଏଲ ପଠାଇବେ । ଏସଡିଜେଏମଭୁବନେଶ୍ୱରଙ୍କ ମାଧ୍ୟମରେ କୋଲକତା ସ୍ଥିତ ସିଏଫଏସଏଲକୁ ପଠାଯିବ । ଏଥିରେ ହନିଟ୍ରାପ ଓ ବ୍ଲାକମେଲିଂ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଥିବା ଅନୁମାନ କରାଯାଉଛି । ଅନ୍ୟପଟେ ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ପାଇଁ ଅଡୁଆ ବଢ଼ିଛି । ଇଡି ଅନେକ ଥର ସମନ କରିଥିଲେ ବି ହାଜର ହେଉ ନାହାନ୍ତି । ଆସନ୍ତା ୨୪ ତାରିଖରେ ହାଜର ହେବାକୁ ସମନ ହୋଇଛି । ସେଦିନ ହାଜର ନେହେଲେ ଶ୍ରଦ୍ଧାଞ୍ଜଳିଙ୍କ ବିରୋଧରେ ଏନବିଡବ୍ଲ୍ୟୁ ଜାରି ହେବ ବୋଲି ଜଣା ପଡ଼ିଛି ।
Views: 92











