କୋରାପୁଟ : ସେଚ୍ଛାକୃତ ଅବସର ନେଲେ ପିପଲପଦର ପ୍ରାଣୀଧନ ନିରୀକ୍ଷକ । ନିଜ ବ୍ୟକ୍ତିଗତ କାରଣ ପାଇଁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ପ୍ରାଣୀକେନ୍ଦ୍ର ଅଧୀନରେ ଥିବା ପିପଲପଦର ପ୍ରାଣୀ ଚିକିତ୍ସା କେନ୍ଦ୍ରର ପ୍ରାଣୀଧନ ନିରୀକ୍ଷକ ଅଭୟ ସାହୁ ନିଜ ସ୍ବାସ୍ଥ୍ୟ ଓ ବ୍ୟକ୍ତିଗତ କରଣ ହେତୁ ଗତ କିଛି ମାସ ତଳେ କୋରାପୁଟ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଜରିଆରେ ରାଜ୍ୟ ସରକାରଙ୍କ ପ୍ରାଣୀ ସମ୍ପଦ ବିଭାଗରେ ନିଜ ସେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିବାରୁ ରାଜ୍ୟ ସରକାର ପିପଲପଦର ପ୍ରାଣୀଧନ ନିରୀକ୍ଷକ ଅଭୟ ସାହୁଙ୍କ ସେଚ୍ଛାକୃତ ଅବସର ପାଇଁ ସବୁଜ ସଙ୍କେତ ଦେଇଥିବାରୁ ଶ୍ରୀ ଅଭୟ ସାହୁ ଆଜି ତାଙ୍କ ଟିକିରି ସ୍ଥିତ ବାସଭବନରେ ତାଙ୍କ ଲକ୍ଷ୍ମୀପୁର ପ୍ରାଣୀ ଚିକିତ୍ସା କେନ୍ଦ୍ରର ଡ଼ାକ୍ତର ଜୀବନ କୁମାର ମୁଣ୍ଡା, ଡାକ୍ତର ମନୋଜ କୁମାର ବେହେରା, ଭ୍ରାମ୍ୟମାଣ ଡାକ୍ତର ଆଶୁତୋଷ ମଲ୍ଲିକ ଏବଂ ସହକର୍ମୀ ମାନଙ୍କୁ ଡାକି ଏକ ନୌତ ଭୋଜି ଆୟୋଜନ କରି ସମସ୍ତଙ୍କୁ ଖାଇବାକୁ ଦେବା ସହ ଶାଲ୍ ପ୍ରଦାନ କରିଥିଲେ। ଏହି ସମୟରେ ଅଭୟ ସାହୁଙ୍କ ସହକର୍ମୀ ମାନେ ଭାବ ବିହ୍ୱଳ ହୋଇଯାଇଥିଲେ। ଅଭୟ ସାହୁ ନିଜ ଘର ନୟାଗଡ ଜିଲ୍ଲା ବାହାପୁରରେ ୨୭/୦୧/୧୯୬୯ ମସିହାରେ ଜନ୍ମଗ୍ରହଣ କରି ପ୍ରାଥମିକ ଏବଂ ଦଶମ ପାସ୍ କରି ଯୁକ୍ତ ଦୁଇ ପଢ଼ିବା ନିମନ୍ତେ ନିକଟସ୍ଥ ବାଙ୍କୀ ମହାବିଦ୍ୟାଳୟ ଅଧ୍ୟୟନ କରିବା ପରେ ଯୁକ୍ତ ତିନି ପଢ଼ିବା ପାଇଁ ସେ କଟକ ସ୍ଥିତ ରେଭେନ୍ସା ବିଶ୍ଵବିଦ୍ୟାଳୟ ପଢ଼ି ସାରିବା ପରେ ୧୯୯୩ ମସିହାରେ ରାଜ୍ୟ ସରକାରଙ୍କ ପ୍ରଣୀ ସମ୍ପଦ ବିକାଶ ବିଭାଗ ପ୍ରାଣୀଧନ ନିରୀକ୍ଷକ ଭାବେ ନିଯୁକ୍ତ ପାଇ କୋରାପୁଟ ଜିଲ୍ଲାର ଉପାନ୍ତ ଅଞ୍ଚଳ ଦଶମନ୍ତପୁର ବ୍ଲକରେ ମେ ୧୯୯୩ ରେ ଡୁମ୍ଭାଗୁଡ଼ା ପ୍ରଥମେ ଯୋଗ ଦେଇ ସମସ୍ତଙ୍କ ଗୃହ ପାଳିତ ପଶୁ ପକ୍ଷୀ ମାନଙ୍କୁ ସେବା ଯୋଗାଇ ଲୋକଙ୍କ ବିଶ୍ୱାସ ଜନ ନେଇ ଥିବା ବେଳେ ଅକ୍ଟୋବର ୨୦୧୪ ରେ ଲକ୍ଷ୍ମୀପୁର ବ୍ଲକର ପିପଲପଦର ପ୍ରାଣୀ ଚିକିତ୍ସା କେନ୍ଦ୍ର ଯୋଗ ଦେଇ ଏଠାରେ ମଧ୍ୟ ଲୋକଙ୍କ ବିଶ୍ୱାସ ଜନ ହୋଇ ସେବା ଯୋଗାଇ ଦେଉଥିଲେ ଏହି ସମୟରେ ତାଙ୍କ ସ୍ଵାସ୍ଥ୍ୟ ଏବଂ ବ୍ୟକ୍ତି ଗତ କାରଣରୁ ପ୍ରାୟ ୩୦ ବର୍ଷ ଦୁଇ ମାସ କାର୍ୟ୍ୟ କରି ଆଜି ନିଜ କର୍ମ ଜୀବନରୁ ସେଚ୍ଛାକୃତ ଅବସର ଗ୍ରହଣ କରିଥିଲେ।
ସେଚ୍ଛାକୃତ ଅବସର ନେଲେ ପିପଲପଦର ପ୍ରାଣୀଧନ ନିରୀକ୍ଷକ

Facebook
Twitter
LinkedIn
Facebook
Twitter
LinkedIn
Recent News
୯ ଡକାୟତ ଗିରଫ ; ୫ ବନ୍ଧୁକ ଜବତ
କେନ୍ଦୁଝର : ଆନ୍ତଃରାଜ୍ୟ ୯ ଡକାୟତ ଗିରଫ । ୫ଟି ବନ୍ଧୁକ ଜବତ । ଟାଉନ ଥାନା ନରଣପୁର ଶିବ ମନ୍ଦିର ନିକଟରୁ ଗିରଫ । କେନ୍ଦୁଝର...
ମୁକ୍ତ ହେବେ ୨ ହଜାର ପାଲେଷ୍ଟାଇନ , ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା
ନୂଆଦିଲ୍ଲୀ : ଗାଜାରେ ଯୁଦ୍ଧବିରତି ଚୁକ୍ତିକୁ ଇସ୍ରାଏଲ କ୍ୟାବିନେଟର ମଞ୍ଜୁରୀ । ବନ୍ଦୀ ହୋଇ ରହିଥିବା ସମସ୍ତ ବ୍ୟକ୍ତିଙ୍କୁ ମୁକ୍ତ କରିବାକୁ ଅନୁମୋଦନ । ୭୨ ଘଣ୍ଟା...
ପୁଣି ଦାନା ବାନ୍ଧୁଛି ଆଉ ଏକ ଘୂର୍ଣ୍ଣିବଳୟ , ୧୨ ଯାଏଁ ବର୍ଷା ଜାରି
ଭୁବନେଶ୍ୱର : ଦାନା ବାନ୍ଧୁଛି ଆଉ ଏକ ଘୂର୍ଣ୍ଣିବଳୟ । ଆଜି ଉତ୍ତର-ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା । ସୃଷ୍ଟ ଘୂର୍ଣ୍ଣିବଳୟ ବିଶେଷ...
ପାକିସ୍ତାନରେ ଇଣ୍ଟରନେଟ ବନ୍ଦ ; ଟିଏଲପି ବିକ୍ଷୋଭ ନେଇ ବନ୍ଦ
ଇସଲାମବାଦ : ପାକିସ୍ତାନରେ 3G/4G ଇଣ୍ଟରନେଟ ସେବା ବନ୍ଦ । ଇସଲାମବାଦ ଓ ରାୱଲପିଣ୍ଡିରେ ଇଣ୍ଟରନେଟ ବନ୍ଦ । ପାକିସ୍ତାନ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି...