ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଦକ୍ଷିଣପୂର୍ବ ବଙ୍ଗୋପସାଗର ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ କ୍ଷେତ୍ର । ୮ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ପରେ ଘନୀଭୂତ ହୋଇ ୯ରେ ଅବପାତ ରୂପ ନେଇପାରେ । ଏହା ଦକ୍ଷିଣକୁ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଗତି କରିବା ସମୟରେ ବାତ୍ୟାର ରୂପ ନେବ। ୧୦ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରେ ୮୦ କିଲୋମିଟର ବେଗରେ ପବନ ବହିବ।କିନ୍ତୁ ବାତ୍ୟା କେଉଁଆଡେ ଯିବ ସ୍ପଷ୍ଟ ସୂଚନା ନାହିଁ। ଅଧିକାଂଶ ପାଣିପାଗ ମଡେଲଙ୍କ ଆକଳନ ମିଆଁମାର ମୁହାଁଇବ ବାତ୍ୟା। ଲଘୁଚାପ ପରେ ବାତ୍ୟା ନେଇ ସ୍ପଷ୍ଟତା ଆସିବ।
ତେବେ ବାତ୍ୟା କେଉଁ ଆଡେ ମୁହାଁଇବ କେତେ ତୀବ୍ରତା ରହିବ ତାର ସଠିକ ପୂର୍ବାନୁମାନ ହୋଇନଥିବା କହିଛି ଆଇଏମ୍ଡି । ୮ତାରିଖ ବେଳକୁ ସ୍ପଷ୍ଟ ହେବ ବାତ୍ୟାର ଗତି ଓ ତୀବ୍ରତା।ମେ’ ମାସରେ ବାତ୍ୟା ବାରମ୍ବାର ଆସୁଥିବାରୁ ଓଡ଼ିଶାବାସୀଙ୍କ ମନରେ ଛନକା ପଶିଛି । ମେ ମାସରେ ଆସୁଥିବା ବାତ୍ୟା ଓଡିଶାବାସୀଙ୍କ ମନରେ ଭୟ ଆଣିଛି । ୪ ବର୍ଷ ତଳେ ହୋଇଥିଭା ବାତ୍ୟା ଫନି ର ଭୟ ଏବେ ବି ଲୋକଙ୍କ ମନରୁ ଯାଇନାହିଁ । ତେଣୁ ବାତ୍ୟାର ଗତି ପଥ ନେଇ ସୂଚନା ମିଳି ନ ଥିବା ବେଳେ ଏହାକୁ ନେଇ ଓଡିଶାବାସୀଙ୍କ ମନରେ ଭୟ ଓ ଆଶଙ୍କା ରହିଛି ।
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

Facebook
Twitter
LinkedIn
Facebook
Twitter
LinkedIn
Recent News
ପ୍ରଜଲ ରେଭନାଙ୍କୁ ଆଜୀବନ
ବେଙ୍ଗାଲୁର : ଜେଡି(ଏସ) ନେତା ପୂର୍ବତନ ସାଂସଦ ପ୍ରଜଲ ରେଭନାଙ୍କୁ ଆଜୀବନ । ବେଙ୍ଗାଲୁରୁ ସ୍ପେଶାଲ କୋର୍ଟ ଆଜୀବନ କାରାଦଣ୍ଡା ଦେଶ ଦେଲେ । କୋର୍ଟ ଅଗଷ୍ଟ...
ସ୍କୁଲ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ
ଭୁବନେଶ୍ୱର : ପିଏମ ପୋଷଣ ସ୍କିମରେ ସ୍କୁଲ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ । ଯେଉଁଦିନ ଅଣ୍ଡା ଦିଆଯାଉଥିଲା , ସେହିଦିନ ଫଳ...
ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ଏହି ଡାଲି
ବ୍ୟୁରୋ : ମୁଗ ଡ଼ାଲି ପ୍ରତ୍ୟେକଙ୍କ ରୋଷେଇ ଘରେ ମିଳିଥାଏ । ଏହା କେବଳ ଖାଇବା ପାଇଁ ସ୍ୱାଦିଷ୍ଟ ନୁହେଁ ବରଂ ଏହା ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ...
ହୋଟେଲରେ ମହିଳା କର୍ମଚାରୀଙ୍କ ହଙ୍ଗାମା
ଭୁବନେଶ୍ୱର : ହୋଟେଲରେ ମହିଳା କର୍ମଚାରୀଙ୍କ ହଙ୍ଗାମା । ମାରପିଟ୍ କଲେ, ଯାହା ପାରିଲେ ଭାଙ୍ଗିଲେ । ଫୁଲ କୁଣ୍ଡଠାରୁ ଆରମ୍ଭ କରି କଂପ୍ୟୁଟର, କବାଟ ଆଦି...