The Ultimate Managed Hosting Platform
ADVERTISEMENT

ସୁସ୍ଥ ହେଲେ ସହଦେବ; ପ୍ରଶଂସକମାନଙ୍କୁ ଧନ୍ୟବାଦ ଦେଲେ

Facebook
Twitter
LinkedIn

ନୂଆଦିଲ୍ଲୀ: ବଚପନ୍ କା ପ୍ୟାର୍ ଗୀତ ଗାଇ ରାତାରାତି ସୋସିଆଲ୍ ମିଡିଆରେ ଷ୍ଟାର ପାଲଟିଯାଇଥିବା କୁନିଷ୍ଟାର ସହଦେବଙ୍କର ଗତ ଡିସେମ୍ବର ୨୮ ତାରିଖରେ ଭୟଙ୍କର ଦୁର୍ଘଟଣା ହୋଇଥିଲା । ଯେଉଁଥିରେ ସେ ଗମ୍ଭୀର ଭାବେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଖୁସିର କଥା ହେଉଛି ଏବେ ସହଦେବ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ଘରକୁ ଫେରିବା ସହିତ ନିଜ ଫ୍ୟାନ୍ସ ଓ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏନେଇ ସେ ସୋସିଆଲ୍ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ଲେଖିଛନ୍ତି ଯେ, ଏହି ଶବ୍ଦ କାଫି ହେବନି, ଆପଣ ସମସ୍ତଙ୍କର ପ୍ରାର୍ଥନା ଏବଂ ସମବେଦନା ପାଇଁ ଧନ୍ୟବାଦ । ହୃଦୟରୁ ଡାକ୍ତର ଦେବେନ୍ଦ୍ର ନାଏକଙ୍କୁ ଧନ୍ୟବାଦ । ତେବେ ଭିଡିଓରେ ହାତଯୋଡି ସହଦେବ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହିତ ଏବେ ସେ ସୁସ୍ଥ ଥିବା ସୂଚନା ଦେଇଛନ୍ତି । ସହଦେବଙ୍କ ଏହି ଭିଡିଓରେ ରାପର ବାଦଶାହ କମେଣ୍ଟ ମଧ୍ୟ କରିଛନ୍ତି । ଆଉ ସହଦେବ ତାଙ୍କୁ ମଧ୍ୟ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି । ଏହି କୁନି ଷ୍ଟାରଙ୍କ ଦୁର୍ଘଟଣା ହେବା ପରେ ପ୍ରଥମ ଷ୍ଟାର ଭାବେ ବାଦଶାହ ଆଗକୁ ଆସିଥିଲେ । ଆଉ ତାଙ୍କର ସ୍ୱାସ୍ଥ୍ୟ ଉପରେ ନଜର ରଖିଥିଲେ । ସୂଚନାଯୋଗ୍ୟ ଯେ, ବାଦଶାହ ଓ ସହଦେବ ସାଙ୍ଗ ହୋଇ କାମ କରିସାରିଛନ୍ତି । ଦୁହେଁ ବଚପନ୍ କା ପ୍ୟାର ଗୀତରେ ଏକାଠି ନଜର ଆସିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login