ବରଗଡ : ବରଗଡ ଧନୁଯାତ୍ରା ପାଇଁ ଘୋଷଣା ହେଲା କଂସଙ୍କ ନାଁ । ବରଗଡ ଭେଡେନର ସୁଶୀଲ ମେହେର ହେଲେ ନୂଆ କଂସ । ୩୬ ଜଣ କଳାକାରଙ୍କ ମଧ୍ୟରୁ ସୁଶୀଲଙ୍କ ନାଁ ଘୋଷଣା । ସୁଶୀଲ ମେହେରଙ୍କ ନାଁ ଘୋଷଣା କଲେ ଅତିରିକ୍ତ ଜିଲ୍ଲାପାଳ । ବରଗଡ଼ ଜିଲ୍ଲା ତଥା ଜିଲ୍ଲା ବାହାର ର ଅନେକ ସ୍ଥାନରେ କଂସ , ରାବଣ ଭଳି ବିଭିନ୍ନ ଚରିତ୍ରରେ ଅଭିନୟ କରିଥିଲେ ସୁଦ୍ଧା ପ୍ରଥମ ଥର ବିଶ୍ଵ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ମହୋତ୍ସବ ରେ କଂସ ଭୂମିକାରେ ଅଭିନୟ କରିବେ ସୁଶୀଲ ମେହେର । ୪୪ ଜଣ କଳାକାର କଂସ ଭୂମିକା ପାଇଁ ଆବେଦନ କରିଥିବା ବେଳେ ୩୬ ଜଣ କଳାକାର ଅଡିସନ ରେ ଭାଗ ନେଇଥିଲେ ।
Views: 43











