ଭୁବନେଶ୍ୱର : କଂଗ୍ରେସ ଭବନରେ ସୁରଙ୍କୁ ପୁତୁରାଙ୍କ ବିରୋଧ । ଟିକେଟକୁ ନେଇ ଲାଗିଲାଣି ଦ୍ୱନ୍ଦ । ସୁରଙ୍କୁ ପୁତୁରାଙ୍କ ଘୋର ବିରୋଧ । ଟିକେଟ୍ ହାତେଇବାକୁ ନେଇ କଂଗ୍ରେସ ଭବନରେ ଦଳୀୟ କର୍ମୀଙ୍କ ନାରାବାଜି । ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ ଚଳିତଥର ନିର୍ବାଚନ ଲଢିବେ ନାହିଁ । ତେଣୁ ଏହି ଆସନର ଟିକେଟ୍ କିଏ ହାତେଇବ ତାକୁ ନେଇ ଚର୍ଚ୍ଚା ଚାଲିଛି । ସୁରଙ୍କ ବଡ ପୁଅ ସିଦ୍ଧାର୍ଥ ରାଉତରାୟ ଟିକେଟ୍ ପାଇଁ ଆଶାୟୀ ରହିଛନ୍ତି । ବିଜେପିରୁ ଇସ୍ତଫା ଦେଇଥିବା ସନ୍ତୋଷ ଜେନାଙ୍କୁ ଦଳରେ ସାମିଲ କରିବାକୁ ଆଣିଥିଲେ । ଏହି ସମୟରେ ସୁରଙ୍କ ବିରୋଧୀ ଗୋଷ୍ଠୀ ବିରୋଧ କରିବା ସହିତ ହୋ ହାଲ୍ଲା କରିଥିଲେ । ସୁରଙ୍କ ପୁତୁରା ସଂଗ୍ରାମ ରାଉତରାୟ ଏହାର ନେତୃତ୍ୱ ନେଇଥିବା ଜଣାପଡିଛି । ସଂଗ୍ରାମ ମଧ୍ୟ ଜଟଣି ବିଧାନସଭାର କଂଗ୍ରେସ ଟିକେଟ୍ ପାଇଁ ଅନ୍ୟତମ ଆଶାୟୀ ବୋଲି ଜଣାପଡିଛି । ଅଳ୍ପ କିଛି ଦିନ ମଧ୍ୟରେ କଂଗ୍ରେସ ବାକି ବିଧାନସଭା ଆସନର ଟିକେଟ୍ ଘୋଷଣା କରିବ ।
Views: 104











