ନୂଆଦିଲ୍ଲୀ : ଜାତୀୟ ସୁରକ୍ଷା ପରାମର୍ଶ ଦାତା ବୋର୍ଡ(ଏନଏସଏବି)ର ପୁନର୍ଗଠନ । ନୂଆ ଅଧ୍ୟକ୍ଷ ହେଲେ ପୂର୍ବତନ ର’ ଏବଂ ଏଡବ୍ଲ୍ୟୁ ମୁଖ୍ୟ ଆଲୋକ ଯୋଶୀ । ସୁରକ୍ଷା ସହ ଜଡିତ ୭ ପ୍ରମୁଖ ଅବସରପ୍ରାପ୍ତ ଅଧିକାରୀଙ୍କୁ ନେଇ କମିଟି । ଏହି ବୋର୍ଡରେ ଅନୁଭବୀ ସୈନ୍ୟ ଓ ସୁରକ୍ଷା ଅଧିକାରୀ ସାମିଲ ଅଛନ୍ତି । ସାତ ସଦସ୍ୟ ବିଶିଷ୍ଟ ବୋର୍ଡରେ ସେନା, ବାୟୁ ସେନା, ନୌସେନା,ପୋଲିସ, ପୂର୍ବତନ ବିଦେଶ ସେବା ଅଧିକାରୀ ଆଦି ସାମିଲ ରହିଛନ୍ତି । ଏୟାର ମାର୍ଶଲ ପିଏମ ସିହ୍ନା ,ଲେଫ୍ଟନାଣ୍ଟ ଜେନେରାଲ ଏ କେ ସିଂ,ଆଡମିରାଲ ମଣ୍ଟି ଖନା , ରାଜୀବ ରଞ୍ଜନ ବର୍ମା ,ମନମୋହନ ସିଂ ପୂର୍ବତନ ଆଇଏଫଏସ ଅଧିକାରୀ ଭେଙ୍କଟେଶ ବର୍ମା ଆଦି ସଦସ୍ୟ ଅଛନ୍ତି । ଭାରତର ରାଷ୍ଟ୍ରୀୟ ସୁରକ୍ଷା ନୀତି ନିର୍ମାଣରେ ପରାମର୍ଶଦାତା ରୂପେ ଏହି ବୋର୍ଡ କାର୍ୟ୍ୟ କରିବ । ଭାରତର ସୁରକ୍ଷା ନେଇ ରଣନୀତି ପ୍ରସ୍ତୁତ କରିବ ଏହି ବୋର୍ଡ ।
Views: 38