ଭୁବନେଶ୍ୱର : ସୁଭଦ୍ରାରୁ ବାଦ ପଡିଥିବା ୨,୬୭ ଲକ୍ଷ ହିତାଧିକାରୀଙ୍କ ଯାଞ୍ଚ ଶେଷ । ଯାଞ୍ଚ ପରେ ୨୨ ପ୍ରତିଶତ ଆବେଦନକାରୀଙ୍କୁ କାଲି ମିଳିବ ଟଙ୍କା । ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବାକି ଆବେଦନକାରୀ ଜମି ଯୋଗ୍ୟତା ପାଇଁ ବାଦ ପଡିଛନ୍ତି । ବ୍ଲକ ସ୍ତରକୁ ରିପୋର୍ଟ ଯାଇଛି, ସେମାନଙ୍କର ଯାଞ୍ଚ କରି ସାମିଲ କରାଯିବ । ୫ ଲକ୍ଷ ମିସ୍ ମ୍ୟାଚ ଆବେଦନର ସମାଧାନ ହୋଇ ନାହିଁ । ସେମାନେ ଏଥର ସାମିଲ ହେବେ ନାହିଁ ବୋଲ୍ି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଆଧାର, ଆକାଉଣ୍ଟ, ମୋବାଇଲ ନଂ ସଂଯୋଗ ପରେ ସାମିଲ ହେବେ । ସମାଧାନ ପରେ ସେମାନଙ୍କୁ ଡିସେମ୍ବର ମାସରେ ମିଳିବ । ସଚେତନ କରିବାକୁ ଘରକୁ ଘର ଯିବେ ସରକାରୀ କର୍ମଚାରୀ ।
Views: 35