The Ultimate Managed Hosting Platform
ADVERTISEMENT

ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ ଆହୁରି ଅଢେଇ ଲକ୍ଷ ଯୋଗ୍ୟ ହିତାଧିକାରୀ

Facebook
Twitter
LinkedIn

ଭୁବନେଶ୍ୱର : ଫେବୃୟାରୀ ୮ରେ ଯାଜପୁରରେ ପ୍ରଥମ ପର୍ୟ୍ୟାୟର ଚତୁର୍ଥ କିସ୍ତି ଟଙ୍କା ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରାୟ୧୮ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବା ବେଳେ ମୋଟ ୯୮ ଲକ୍ଷ ହିତାଧିକାରୀଙ୍କୁ ଟଙ୍କା ମିଳିଛି । କିନ୍ତୁ ଏବେ ବି ଅଢ଼େଇ ଲକ୍ଷରୁ ଅଧିକ ଯୋଗ୍ୟ ହିତାଧିକାରୀ ଅଛନ୍ତି ଯେଉଁମାନଙ୍କ ଆକାଉଣ୍ଟକୁ ଟଙ୍କା ଯାଇନାହିଁ । ସୁଭଦ୍ରା ପୋଟାଲରେ ଇକେୱାଇସି କରି ନଥିବାରୁ ଏଭଳି ସମସ୍ୟା ହୋଇଥିବା ଜଣାପଡ଼ିଛି ବୋଲି ରାଜ୍ୟ ସରକାର ସୋମବାର ଦିନ କହିଛନ୍ତି।କେଉଁ ହିତାଧିକାରୀ ଟଙ୍କା ପାଇ ନାହାନ୍ତି ତାର ତାଲିକା ବ୍ଲକ, ମୁନସିପାଲଟି, ଜିଲ୍ଲାସ୍ତର ଓ ସୁଭଦ୍ରା ପୋଟାଲରେ ଉପଲବ୍ଧ ରହିଛି । ତେଣୁ ଟଙ୍କା ପାଇ ନଥିବା ହିତାଧିକାରୀମାନେ ଏହି ତାଲିକାକୁ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି । ତାଲିକାରେ ନାଁ ଥିଲେ ବ୍ୟାଙ୍କ ଯାଇ ଡିବିଟି ଏନେବଲ କରିବା ସହ ସୁଭଦ୍ରା ପୋର୍ଟାଲରେ ବାୟୋମାଟ୍ରିକ ପଦ୍ଧତିରେ ଇକେୱାଇସି କରିବାକୁ ପରାମର୍ଶ ଦିଆଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ପୁରୀ ଅଘଟଣ ; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛି ; ଆଇନମନ୍ତ୍ରୀ

ପୁରୀ ଅଘଟଣ : ଦୋଷୀଙ୍କୁ ଦଣ୍ଡ ବିଧାନ କରାଯିବ ; ଆଇନମନ୍ତ୍ରୀ

ପୁରୀ : ପୁରୀ ଅଘଟଣ ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । ମାସେ ଭିତରେ ତଦନ୍ତ ପ୍ରକ୍ରିୟା ଶେଷ ହେବ କହିଲେ ଆଇନମନ୍ତ୍ରୀ । ଯେଉଁମାନେ...

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସମୀକ୍ଷା ବୈଠକରେ ଯୋଗ ଦେବେ

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସ୍ଥଗିତ

ଭୁବନେଶ୍ୱର : ଆସନ୍ତାକାଲି ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସ୍ଥଗିତ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପକ୍ଷରୁ ସୂଚନା । ଖୁବଶୀଘ୍ର ଅଭିଯୋଗ...

Login