ନୂଆଦିଲ୍ଲୀ: ଏନସିପି ମୁଖ୍ୟ ଶରଦ ପାୱାର ଶନିବାର ଦଳର ୨୫ତମ ପ୍ରତିଷ୍ଠା ଦିବସ ଅବସରରେ ଏକ ବଡ଼ ଘୋଷଣା କରିଛନ୍ତି । ଶରଦ ପାୱାର ତାଙ୍କ ସାଂସଦ ଝିଅ ସୁପ୍ରିୟା ସୁଲେ ଏବଂ ପ୍ରଫୁଲ୍ଲ ପଟେଲଙ୍କୁ ଏନସିପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି। ପାଓ୍ବାରଙ୍କ ଏହି ଘୋଷଣା ତାଙ୍କ ପୁତୁରା ଅଜିତ ପାୱାରଙ୍କ ପାଇଁ ଶକ୍ତ ଝଟକା ସଦୃଶ ହୋଇଛି । ସେ ମଧ୍ୟ ଏହି କାର୍ୟ୍ୟକ୍ରମରେ ଉପସ୍ଥିତ ଥିଲେ। ହେଲେ ପାଓ୍ବାରଙ୍କ ଘୋଷଣା ଶୁଣିବା ପରେ ସେ ସମ୍ପୂର୍ଣ୍ଣ ନିରବ ରହିଥିଲେ। ସୁପ୍ରିୟା ସୁଲେଙ୍କୁ ମହାରାଷ୍ଟ୍ର ନିର୍ବାଚନ ସହିତ ହରିୟାଣା ଏବଂ ପଞ୍ଜାବର ଦାୟିତ୍ବ ଦିଆଯାଇଛି । ପ୍ରଫୁଲ୍ଲ ପଟେଲ ରାଜ୍ୟସଭା ସହ ଜଡିତ କାର୍ୟ୍ୟ ମଧ୍ୟ ସମ୍ଭାଳିବେ । ସୁପ୍ରିୟା ଏନସିପିର ମହିଳା ଏବଂ ଯୁବ ଶାଖା ସହ ଜଡିତ ରହିବେ।
Views: 83