The Ultimate Managed Hosting Platform
ADVERTISEMENT

ସୁପ୍ରିମକୋର୍ଟ ଗଲା ରେଳ ଦୁର୍ଘଟଣାର ତଦନ୍ତ ମାମଲା

Facebook
Twitter
LinkedIn

ନୂଆଦିଲ୍ଲୀ : ବାଲେଶ୍ୱର ରେଳ ଦୁର୍ଘଟଣାର ତଦନ୍ତ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ବିଶାଲ ତିଓ୍ଵାରୀ ନାମକ ଓକିଲ ମାମଲାକୁ ନେଇ ଆବେଦନ ଦାଖଲ କରିଛନ୍ତି। ଏହି ଆବେଦନରେ ସେ ରେଳ ଦୁର୍ଘଟଣାରୁ ରକ୍ଷା ପାଇବାର ‘କବଚ’ ସିଷ୍ଟମ୍ ଜଲ୍ଦି ଲାଗୁ କରିବାକୁ ଦାବି କରିଛନ୍ତି।
ଏଥି ସହିତ ପୂର୍ବତନ ଜଜଙ୍କ ଅଧ୍ୟକ୍ଷତାରେ ଯାଞ୍ଚ ଆୟୋଗ ଗଠନ ପାଇଁ ଦାବି କରାଯାଇଛି। ରେଳ ସୁରକ୍ଷାକୁ ନେଇ ମଧ୍ୟ ପୂର୍ବତନ ଜଜଙ୍କ ଅଧ୍ୟକ୍ଷତାରେ ବିଶେଷଜ୍ଞ କମିଟି ଗଠନ କରିବାକୁ ଦାବି ହୋଇଛି।ସେପଟେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୁର୍ଘଟଣାର କାରଣ ସମ୍ପର୍କରେ କହିଛନ୍ତି, ଇଣ୍ଟରଲକିଂରେ ପରିବର୍ତ୍ତନ ହେତୁ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ପାଇଁ ଦାୟୀ ଥିବା ଲୋକଙ୍କୁ ଚିହ୍ନଟ କରାଯାଇଛି। ବହୁତ ଜଲ୍ଦି ତଦନ୍ତ ରିପୋର୍ଟ ସାମ୍ନାକୁ ଆସିଛି। ଏଥି ସହିତ ଅଶ୍ୱିନୀ କହିଛନ୍ତି, ଦୁର୍ଘଟଣାର କବଚ ସହିତ କୌଣସି ପ୍ରକାରର କିଛି ସମ୍ବନ୍ଧ ନାହିଁ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login