ଭୁବନେଶ୍ୱର : ହାଇପ୍ରୋଫାଇଲ ହଂସିତାଙ୍କୁ ନେଇ ଧୀରେ ଧୀରେ ଖୋଲୁଛି ଗୁମର । ସାମ୍ନାକୁ ଆସି ନୂଆ ତଥ୍ୟ । ସୁନ୍ଦରୀ ହେବା ପାଇଁ ହଂସିତା କରିଥିଲେ ପ୍ଲାଷ୍ଟିକ ସର୍ଜରୀ । ଏହି ଅପରେସନ ହେଉଛି ଲିପୋସକସନ ସର୍ଜିରୀ । ଏହାପରେ ହଂସିତାଙ୍କର ପୂରା କାୟା ବଦଳି ଯାଇଥିଲା । ତାଙ୍କ ଓଜନ ୧୦୭ କିଲୋରୁ ୭୦ କିଲୋକୁ ଖସି ଆସିଥିଲା । ଚେହେରା ମଧ୍ୟ ଭଲ କରିବା ପାଇଁ ସେ ସର୍ଜରୀ କରିଥିଲେ । ଠକିବା ପାଇଁ ଚେହେରା ବଦଳାଇଥିଲା ହଂସିତା ।ଯେହେତୁ ତାଙ୍କର ଉଦେଶ୍ୟ ଭିନ୍ନ ପ୍ରକାର ଥିଲା, ବଡ଼ ବଡ଼ ଲୋକଙ୍କ ପାଖକୁ ଯାଇ ମିଛ ଡିଲ କରିବା ଥିଲା, ସେମାନଙ୍କୁ ଠକିବା ପାଇଁ ବିଭିନ୍ନ ତରିକା ଆପଣେଇବାର ଥିଲା, ତେଣୁ ହଂସିତା ନିଜ ରୂପ ଓ ଭଙ୍ଗୀ ରେ ଏଭଳି ପରିବର୍ତ୍ତନ କରିଥିଲେ । ଆଉ ତାଙ୍କର ପୂର୍ବରୁ ତାଙ୍କ ନାମ ଥିଲା ବିଷ୍ଣୁପ୍ରିୟା ଚାନ୍ଦ । ଏହି ନାମକୁ ଏକ ଟ୍ରେ୍ଡ଼ିଂ ନା ବଦଳାଇ ଥିଲେ. ନା ରଖିଲେ ହରପ୍ରିୟା ମିଶ୍ର ଓ ପରେ ହଂସିତା ଅଭିଲିପସା।
ହଂସିତା ତିନି ଜଣ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ଅନିଲ ମହାନ୍ତି ହେଉଛନ୍ତି ତାଙ୍କର ତୃତୀୟ ସ୍ୱାମୀ । ପ୍ରଥମ ସ୍ୱାମୀ ବ୍ୟବସାୟୀ ସରୋଜ ସାହୁ, ଦ୍ୱିତୀୟ ସ୍ୱାମୀ ରାଜନେତା ଓ ବ୍ୟବସାୟୀ ମନୋଜ ଆଚାର୍ୟ୍ୟ । ତୃତୀୟ ସ୍ବାମୀ ଅନିଲକୁ ବିବାହ କରିଥିଲେ ।
ଆଉ ଏହାପରେ ଉଭୟ ହଂସିତା ଓ ଅନୀଲ ମିଶି ଠକେଇ କରିବା ଆରମ୍ଭ କରିଥିଲେ । ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି ଉଭୟଙ୍କ ନାମରେ ଭୁବନେଶ୍ୱରରେ ରହିଛି ୭ କୋଟି ଟଙ୍କାର ୪ଟି ଫ୍ଲାଟ୍ । ସେହିପରି ଗତକାଲି ମର୍ସଡିସ ବେଞ୍ଜ ଜବତ କରିଥିବା ବେଳେ ଆଜି ଜଗୁଆର ଓ ପୋରସ କାର ଜବତ କରିଛି କମିଶନରେଟ ପୋଲିସ ସ୍ପେଶାଲ କ୍ରାଇମ୍ ୟୁନିଟ ।
ସୁନ୍ଦରୀ ହେବାକୁ ହଂସିତା କରିଥିଲେ ପ୍ଲାଷ୍ଟିକ ସର୍ଜରୀ, କମାଇଥିଲେ ୪୦ କେଜି ଓଜନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











