ନୂଆଦିଲ୍ଲୀ : ସୁନା ମୂଲ୍ୟରେ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଘରୋଇ ବଜାରରେ ବିବାହ ଋତୁ ଜାରି ରହିଥିବାବେଳେ ସୁନା ମୂଲ୍ୟରେ ହେଉଥିବା ଏଭଳି ଅହେତୁକ ବୃଦ୍ଧି ଏବେ ଗ୍ରାହକଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ଉଭୟ ଆମେରିକା ଓ ୟୁରୋପରେ ଦେଖାଯାଇଥିବା ବ୍ୟାଙ୍କିଙ୍ଗ ସଂକଟ ଯୋଗୁଁ ବିଶ୍ବ ବଜାରରେ ସୁନା ଦର ବଢିବାରେ ଲାଗିଛି। ତେବେ ଘରୋଇ ସୁନା ବଜାର ଉପରେ ଏହାର ଘୋର ପ୍ରଭାବ ପଡ଼ିଛି। ଗତ ଏକ ସପ୍ତାହ ହେବ ସୁନା ମୂଲ୍ୟ ବୃଦ୍ଧିରେ ବ୍ରେକ୍ ଲାଗୁନାହିଁ।
ବର୍ତ୍ତମାନ ପରିସ୍ଥିତି ଏଭଳି ହୋଇଛି ଯେ, ଘରୋଇ ବଜାରରେ ସୁନା ମୂଲ୍ୟ କେତେବେଳେ ୭୦ ହଜାର ଟଙ୍କାରେ ପହଞ୍ଚିବ ସେ ନେଇ ଆଶଙ୍କା କରାଯାଉଛି। ଆହୁରିମଧ୍ୟ ୨୨ କ୍ୟାରେଟ୍ ସୁନା ମୂଲ୍ୟ ଖୁବ୍ ଶୀଘ୍ର ୧୦ ଗ୍ରାମ ପିଛା ୬୦,୦୦୦ ଟଙ୍କା ଛୁଇଁବାକୁ ଯାଉଛି। ବର୍ତ୍ତମାନ ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୫୫,୪୫୦ ଟଙ୍କା ରହିଛି। ତେବେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ଇତିମଧ୍ୟରେ ୬୦,୦୦୦ ଟଙ୍କା ଟପି ୬୦,୪୭୦ ଟଙ୍କାରେ ପହଞ୍ଚିଛି। ସେହିଭଳି ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୫୫,୧୦୦ ଟଙ୍କା ରହିଛି। ତେବେ ଏଠାରେ ମଧ୍ୟ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ଇତିମଧ୍ୟରେ ୬୦,୦୦୦ ଟଙ୍କା ଟପି ୬୦,୯୩୦ ଟଙ୍କାରେ ପହଞ୍ଚିଛି। ତେବେ ଭୁବନେଶ୍ବରରେ ରୁପା କିଲୋ ୭୧,୦୦୦ ଟଙ୍କାରେ ପହଞ୍ଚିଛି। କ୍ଷେତ୍ର ସହ ଜଡିତ ବିଶେଷଜ୍ଞମାନଙ୍କର କହିବା ହେଉଛି ଯେ, ବିଶ୍ବ ପୁଞ୍ଜି ବଜାରରେ କାରବାର ମାନ୍ଦା ରହିଥିବା ଲୋକମାନେ ଏବେ ଷ୍ଟକ ମାର୍କେଟରେ ସୁନାରେ ଅଧିକ ଅର୍ଥ ନିବେଶ କରୁଛନ୍ତି। ଏହାଫଳରେ ବଜାରେରେ ସୁନା ଦର ଉଚ୍ଚରେ ରହୁଛି। ତେଣୁ ବ୍ୟବସାୟୀ ଓ ଗ୍ରାହକ ଉଭୟଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି।
ସୁନାର ଦର ୭୦ ହଜାର ଛୁଇଁବ !
Facebook
Twitter
LinkedIn
Facebook
Twitter
LinkedIn
Recent News
ଶୀତଦିନେ ଡାଏଟରେ ସାମିଲ କରନ୍ତୁ ଏହି ଜିନିଷ , ହାର୍ଟ ଓ ମସ୍ତଷ୍କ ପାଇଁ ଭଲ
ବ୍ୟୁରୋ : କାଜୁ ବାଦାମର ସ୍ୱାଦ ଏପରି ହୋଇଥାଏ ଯେ ଥରେ ଖାଇବା ଆରମ୍ଭ କରିବା ପରେ ଏହାକୁ ଛାଡିବାକୁ ଇଚ୍ଛା ହୁଏ ନାହିଁ । କିନ୍ତୁ...
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ
ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...
ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା
ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...
ଗୃହରେ ପାଣ୍ଡିଆନ ତାତି
ଭୁବନେଶ୍ୱର : ମୁଲତବି ଆଲୋଚନା ବେଳେ ପୁଣି ଉଠିଲା ପାଣ୍ଡିଆନ ପ୍ରସଙ୍ଗ । ବିଜେଡି ବିଧାୟକଙ୍କୁ କାଗଜ ବାଘ କହି ତାଚ୍ଛଲ୍ୟ କଲେ ପ୍ରତାପ ଚନ୍ଦ୍ର ନାୟକ...











