ନୂଆଦିଲ୍ଲୀ : ସୁଧୁରୁନି ପାକିସ୍ତାନ । ଯୁଦ୍ଧ ବିରତି ଘୋଷଣାର ୩ ଘଣ୍ଟା ନ ପୁରୁଣୁ ପୁଣି ଅସ୍ତ୍ର ବିରତିର ଉଲଂଘନ କରିଛି ପାକିସ୍ତାନ । ଜମ୍ମୁ କଶ୍ମୀର ର ଏକାଧିକ ସ୍ଥାନରେ କରିଛି ଗୁଳିଗୋଳା ବର୍ଷଣ । ଉଦ୍ଧାମପୁର ରେ ପାକର ଡ୍ରୋନ ଆକ୍ରମଣ ଉଦ୍ୟମକୁ ପଣ୍ଡ କରିଛି ଭାରତୀୟ ସେନା । ଆଖନଉ , ରଜୋରିରେ ପାକର ଗୁଳିଗୋଳା ଓ ଡ୍ରୋନ ବର୍ଷଣ । ବିଏସଏଫ ପକ୍ଷରୁ ଦିଆଯାଉଛି ମୁହଁ ତୋଡ ଜବାବ । ଜମ୍ମୁ କଶ୍ମୀର ର ଏକାଧିକ ସ୍ଥାନରେ ଗୁଳିଗୋଳା ବର୍ଷଣ ନେଇ ମୁଖ୍ୟମନ୍ତ୍ରୀ ଏକ୍ସ ରେ ଉଲ୍ଲେଖ କରିଛନ୍ତି ।
ଏଲଓସି ଠାରୁ ଭାରତର ପଶ୍ଚିମ ସୀମାନ୍ତରେ ଜାରି ରଖିଛି ତୁହାକୁ ତୁହା ମିସାଇଲ ଓ ଡ୍ରୋନ ମାଡ଼। ପାକିସ୍ତାନ ଆକ୍ରମଣର କଡ଼ା ଜବାବ ରଖିଛି ଭାରତୀୟ ସେନା। ଚାରିଟି ପାକିସ୍ତାନ ଡ୍ରୋନ ମାରି ଖସାଇଛି ଭାରତୀୟ ସେନା । ବିଭିନ୍ନ ସ୍ଥାନରେ ବ୍ଲାକ ଆଉଟ ଘୋଷଣା । ଗୁଜୁରାଟର କଛ ଅଂଚଳରେ ଅନେକ ଡ୍ରୋନ ଦେଖାଯାଇଥିବାରୁ ସମ୍ପୂର୍ଣ ବ୍ଲାକଆଉଟ ଘୋଷଣା କରାଯାଇଥିବା କହିଲେ ଗୁଜରାଟ ଗୃହମନ୍ତ୍ରୀ ।
Views: 66