The Ultimate Managed Hosting Platform
ADVERTISEMENT

ସୁଦାନରୁ ଫେରୁଥିବା ଭାରତୀୟଙ୍କୁ ହେଉଛି କାମଳ ଜ୍ୱର, ୧୧୭ ଜଣ କ୍ୱାରେଣ୍ଟାଇନରେ

Facebook
Twitter
LinkedIn

ନୂଆଦିଲ୍ଲୀ : ସୁଦାନରୁ ଫେରୁଛନ୍ତି ଭାରତୀୟ । ସୁଦାନରୁ ଫେରୁଥିବା ଭାରତୀୟଙ୍କୁ କାମଳ ଜ୍ୱର। ଏପର୍ୟ୍ୟନ୍ତ ଫେରିଥିବା ଯାତ୍ରୀଙ୍କ ମଧ୍ୟରୁ ୧୧୭ ଜଣଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। ଲକ୍ଷଣ ନରହିଲେ ୭ ଦିନ ପରେ ଛାଡ଼ି ଦିଆଯିବ। ସୁଦାନରୁ ୩ ହଜାର ଭାରତୀୟଙ୍କୁ ଉଦ୍ଧାର କରାଯିବ। ଦିନକୁ ଦିନ ଗମ୍ଭୀର ହେଉଛି ସୁଦାନ ସଂକଟ। ଦୁଇ ସାମରିକ ସଂଗଠନ ଅସ୍ତ୍ରବିରତି ଉଲଂଘନ କରିବା ପରେ ପୁଣି ରାଜଧାନୀ ଖାର୍ତୁମରେ ନିଆଁ ଜଳିଛି।
ଭାରତରେ ପହଞ୍ଚିଥିବା ୧୧,୯୧ ଯାତ୍ରୀଙ୍କ ଭିତରୁ ୧୧୭ ଜଣ କାମଳ ଜ୍ୱରରେ ସଂକ୍ରମିତ। ଏମାନଙ୍କୁ ମାଗଣା କ୍ୱାରେଣ୍ଟାଇନ ସହ ସମସ୍ତ ସୁବିଧା ଉପଲବ୍ଧ କରାଯାଇଛି। ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ କ୍ୱାରେଣ୍ଟାଇନ୍ ସୁବିଧା କରାଯାଇଛି। ଏମାନେ କାମଳ ଜ୍ୱର ପ୍ରତିଶେଧକ ଟିକା ନେଇ ନଥିଲେ । ୭ ଦିନ ଭିତରେ ଲକ୍ଷଣ ପ୍ରକାଶ ନପାଇଲେ ସମସ୍ତଙ୍କୁ ଛାଡ଼ି ଦିଆଯିବ। ଅପରେସନ କାବେରୀରେ ବୈଦେଶିକ ମନ୍ତ୍ରାଳୟ ସହ ମିଶନ ମୋଡରେ କାମ କରୁଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login