The Ultimate Managed Hosting Platform
ADVERTISEMENT

ସୀତାରମଣଙ୍କ ଅଭିଯୋଗ- ଆମ ନେତାଙ୍କୁ ଡରାଉଛନ୍ତି

Facebook
Twitter
LinkedIn

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ କଂଗ୍ରେସ ନେତା ଅଧୀନ ରଞ୍ଜନ ଚୌଧୁରୀଙ୍କ ଅଶୋଭନୀୟ ଟିପ୍ପଣୀକୁ ନେଇ ସଂସଦ ଭିତରେ ଗୁରୁବାର ବିଜେପି ଏବଂ କଂଗ୍ରେସ ନେତାଙ୍କ ମଧ୍ୟରେ ଯୁକ୍ତିତର୍କ ସହ ପାଟିତୁଣ୍ଡ ଦେଖିବାକୁ ମିଳିଛି। ଗୁରୁବାର ସଂସଦର ଗୃହକାର୍ଯ୍ୟ ସମୟରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କ୍ଷମା ମାଗନ୍ତୁ ବୋଲି ବିଜେପି ସାଂସଦ ଦାବି କରିଥିଲେ । ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଅଭିଯୋଗୃ କରିଥିଲେ ଯେ, ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶରେ ଅଧୀର ରଞ୍ଜନ ଏପରି କରିଛନ୍ତି। ଏଥିପାଇଁ ସୋନିଆ ଗାନ୍ଧୀ କ୍ଷମା ମାଗିବା ଦରକାର।

ସୂତ୍ରର ସୂଚନାକୁ ନେଇ ହିନ୍ଦୁସ୍ତାନ ପ୍ରକାଶ କରିଥିବା ରିପୋର୍ଟ ଅନୁସାରେ, ଗୃହର ହଟ୍ଟଗୋଳ ପରେ ସୋନିଆ ଗାନ୍ଧୀ ଗୃହରୁ ବାହାରି ବିଜେପି ସାଂସଦ ରମା ଦେବୀଙ୍କୁ ଭେଟିଥିଲେ ଏବଂ ମୋ ନାଁ ଏଥିରେ କାହିଁକି ନିଆଯାଉଛି ବୋଲି କହିଥିଲେ। ଏହି ସମୟରେ ସ୍ମୃତି ଇରାନୀ ସାମ୍ନାକୁ ଆସି ମୁଁ ଆପଣଙ୍କ ନାଁ ନେଇଥିଲି ବୋଲି କହିଥିଲେ। ଏହା ଉପରେ ସୋନିଆ ଗାନ୍ଧୀ ଜବାବ ଦେଇ କହିଥିଲେ, ଡୋଣ୍ଟ ଟକ୍ ଟୁ ମି(ମୋ ସହ କଥା ହୁଅ ନାହିଁ)।

The Union Minister for Finance and Corporate Affairs, Smt. Nirmala Sitharaman addressing a Press Conference, in New Delhi on June 28, 2021.

ଏବେ ଏହା ଉପରେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି।  ସୋନିଆ ଗାନ୍ଧୀ ସଂସଦ ଭିତରେ ବିଜେପି ନେତାଙ୍କୁ ଧମକ ଦେଉଥିବା ଅଭିଯୋଗ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ ନିର୍ମାଳା ସୀତାରମଣ। ସେ କହିଛନ୍ତି, ଗୋଟିଏ ପଟେ ସୋନିଆ ଗାନ୍ଧୀଙ୍କ ଦଳର ନେତା ରାଷ୍ଟ୍ରପତିଙ୍କୁ ଅପମାନିତ କରିଛନ୍ତି, ଅନ୍ୟପଟେ ସୋନିଆ ଆମ ଦଳର ନେତାଙ୍କୁ ଧମକ ଦେଉଛନ୍ତି। ନିର୍ମଳା ସୀତାରମଣ ଦାବି କରିଛନ୍ତି, ସୋନିଆ ଗାନ୍ଧୀ ଯେପରି ଭାବେ ସ୍ମୃତୀ ଇରାନୀଙ୍କୁ କହିଲେ, ତାହା ଡରାଇବା ଏବଂ ଧମକ ଦେବା ପରି ଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login