The Ultimate Managed Hosting Platform
ADVERTISEMENT

ସିରିଜ ଦୁର୍ଘଟଣାରେ ୫ ଆହତ

Facebook
Twitter
LinkedIn

ଭଞ୍ଜନଗର : ସିରିଜ ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି । ଗୋଟିଏ ସ୍ଥାନରେ ଏକକାଳୀନ ୩ ଟି ମୋଟର ସାଇକେଲ ଦୁର୍ଘଟଣା ଘଟି ୫ ଜଣ ଆହତ ହୋଇଛନ୍ତି । ଗଂଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ଘୁମୁସର ନୂଆଗାଁ ନିକଟ ବଡନଦୀ ସେତୁ ଉପରେ ଘଟିଛି ଏଭଳି ଘଟଣା । ଉଭୟ ଭଂଜନଗର ଏବଂ ବେଲଗୁଣ୍ଠା ପଟୁ ଆସୁଥିବା ବାଇକ୍ ଏବଂ ବୁଲେଟ ମଧ୍ୟରେ ପ୍ରଥମେ ମୁହାଁମୁହିଁ ଧକ୍କା ହୋଇଥିଲା । ଏହାପରେ ଦୁର୍ଘଟଣା ସ୍ଥଳରେ ପୁଣି ଏକ ସ୍କୁଟି ଆସି ଉଭୟ ବାଇକ୍ ଏବଂ ବୁଲେଟ ସହ ଧକ୍କା ହୋଇଥିଲା । ଏଥିରେ ସମସ୍ତ ୫ ଜଣ ଆରୋହୀ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଭଂଜନଗର ମେଡିକାଲରେ ଭର୍ତ୍ତି କରିଥିଲେ । ବେଲଗୁଣ୍ଠା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login