କଟକ : କଟକ ମଧୁପାଟଣା ଅଞ୍ଚଳରେ ଆଉ ଏକ ସିମ ବକ୍ସ ଠାବ । ମଧୁପାଟଣା ଥାନା ରାଜେନ୍ଦ୍ର ନଗର ଅଞ୍ଚଳର ଏକ ଘରୁ ଠାବ । ଅଭିଯୁକ୍ତ ରାଜୁ ମଣ୍ଡଳକୁ ନେଇ ସିମ ବକ୍ସ ଠାବ ସ୍ଥଳରେ ପୋଲିସ । ୫ ଦିନିଆ ରିମାଣ୍ଡରେ ଆଣି ରାଜୁ ମଣ୍ଡଳକୁ ଘାଣ୍ଟୁଛି ପୋଲିସ । ହାୱାଲା ଜରିଆରେ ଚାଲିଥିଲା ଆର୍ଥିକ କାରବାର । ବାଂଲାଦେଶରୁ ଭୁବନେଶ୍ୱରକୁ ଆସୁଥିଲା ଟଙ୍କା । ଯାହା ବି ଟ୍ରାଞ୍ଜାକ୍ସନ୍ ହେଉଥିଲା ତାହା କ୍ୟାସ୍ ଆକାରରେ ହେଉଥିଲା । ବାଂଲାଦେଶ ବର୍ଡରରେ ଥିବା କିଛି ଦୋକାନରେ ଚାଲୁଥିଲା ଏହି ହୱାଲା କାରବାର । ନୋଟକୁ କୋଡ ହିସାବରେ ବ୍ୟବହାର କରି ହୱାଲା ମାଧ୍ୟମରେ ଆର୍ଥିକ କାରବାର ହେଉଥିଲା ବାଂଲାଦେଶରୁ ଲୋକ ଆସି କଟକ ଓ ଭୁବନେଶ୍ୱର ରେ ସିମ୍ ବକ୍ସ ସେଟ୍ ଅପ୍ କରି ଯାଇଥିଲେ ।
Views: 58