ରାଜଗାଙ୍ଗପୁର : ଡାଲମିଆ ସିମେଣ୍ଟ କମ୍ପାନୀରେ ଧସେଇ ପଶିଲେ ଲୋକେ । ଡାଲମିଆ ସିମେଣ୍ଟ କମ୍ପାନୀରେ ବଡ ଦୁର୍ଘଟଣା । କାଲି ଷ୍ଟକ ରଖାଯାଉଥିବା କୋଇଲା ହପର ଭୁଶୁଡି ପଡିଥିଲା । ଚାପି ହୋଇ ରହିଥିବାଶ୍ରମିକଙ୍କ ସମ୍ପର୍କୀୟ ମାନେ ଧସେଇ ପଶିଲୋ କୋଇଲା ଗୁଣ୍ଡ ତଳେ ଚାପିହୋଇ ରହିଛନ୍ତି ଅନେକ ଶ୍ରମିକ । ଉଦ୍ଧାର ପାଇଁ ପ୍ଲାଣ୍ଟ ଭିତରକୁ ୩ଟି କ୍ରେନ ଓ ୩ଟି ଆମ୍ବୁଲାନ୍ସ ଯାଇଛି । ସେମାନଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଜାରି ରହିଛି । ଦୁର୍ଘଟଣାକୁ ନେଇ କାରଖାନା ବାହାରେ ଉତ୍ତେଜନା ଲାଗିରହିଛି । ଏହି ସମୟରେ ହପର ଦାୟିତ୍ବରେ ଥିଲେ ୧୨ଜଣ ଶ୍ରମିକ । ସନ୍ଧ୍ୟା ପ୍ରାୟ ୫ଟା ୩୦ରୁ ୬ଟା ସମୟରେ ହଠାତ ଏକ ବଡ଼ ଶବ୍ଦ ହୋଇଥିଲା ଏବଂ ପ୍ଲାଣ୍ଟରୁ କରେଣ୍ଟ ଚାଲି ଯାଇ ଥିଲା । ହପରରେ ଗଚ୍ଛିତ ହଟ କୋଇଲା ଡ଼ଷ୍ଟ ହପର ତଳେ ଥିବା ପ୍ଲେଟ୍ ଖସି ଯିବାରୁ କୋଇଲା ଡଷ୍ଟ ତଳେ ଶ୍ରମିକମାନେ ଚାପି ହୋଇ ରହିଥିବା କୁହାଯାଉଛି । ନିୟମିତ ମେଣ୍ଟେନାନ୍ସ ରେ ଅବହେଳା ଯୋଗୁ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି । ରାଜଗାଙ୍ଗପୁର ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ ।
ସିମେଣ୍ଟ କମ୍ପାନୀକୁ ଧସେଇ ପଶିଲେ ଲୋକେ

Facebook
Twitter
LinkedIn
Facebook
Twitter
LinkedIn
Recent News
ଉପର ପଡିଆରେ ବାଲିଯାତ୍ରା ଆୟୋଜନ ପ୍ରସ୍ତୁତି
କଟକ : ଉପର ପଡିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ହାଇକୋର୍ଟ ରାୟ ପରେ ସ୍ପଷ୍ଟ କଲେ କଟକ ଅତିରିକ୍ତ ଜିଲ୍ଲାପାଳ ।...
ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ
କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...
ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଲୁଟ
ଭଦ୍ରକ : ଡିକି ଭାଙ୍ଗି ନେଇଗଲେ ୪ ଲକ୍ଷ । ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ...
CBI ଜାଲରେ RPF ହାବିଲଦାର
ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...