ଭୁବନେଶ୍ୱର : ପ୍ରକାଶ ପାଇଲା ଆଇଏଏସ ରେଜଲ୍ଟ-୨୦୨୨ । ୟୁପିଏସସି ପରିଚାଳିତ ଆଇଏଏସ ରେଜଲ୍ଟ ପ୍ରକାଶ । ମୋଟ ୯୩୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ । ଆଇଏଏସ-୧୮୦, ଆଇଏଫଏସ-୩୮, ଆଇପିଏସ-୨୦୦ ପରୀକ୍ଷାର୍ଥୀ ଉତୀର୍ଣ୍ଣ ହୋଇଛନ୍ତି । ମେରିଟ ଲିଷ୍ଟରେ ଇଶିତା କିଶୋରୀ ଟପ୍ପର । ଦ୍ୱିତୀୟ ସ୍ଥାନରେ ଗରିମା ଲୋହିଆ , ତୃତୀୟ ସ୍ଥାନରେ ଉମା ହାରାଥି ଏନ ରହିଛନ୍ତି । ୬୭ ତମ ସ୍ଥାନରେ ଓଡିଶାର କସ୍ତୁରୀ ପଣ୍ଡା ରହିଛନ୍ତି । ୩୬୩ ତମ ସ୍ଥାନରେ ଦିବ୍ୟା ଜୈନ, ୫୧୬ ତମ ସ୍ଥାନରେ ତେଜସ୍ୱିନୀ ବେହେରା ରହିଛନ୍ତି ।
କେନ୍ଦ୍ର ଜନସେବା ଆୟୋଗ ଦ୍ୱାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷା ୨୦୨୨ ର ଫଳାଫଳ ଘୋଷଣା କରାଯାଇଛି ର ଦୀର୍ଘ ଦିନ ଧରି ପ୍ରାର୍ଥୀମାନେ ସିଭିଲ ସର୍ଭିସ ପରୀକ୍ଷା ୨୦୨୨ ର ଫଳାଫଳକୁ ଅପେକ୍ଷା କରିଥିଲେ । ଇଶିତା କିଶୋର ଅଲ ଇଣ୍ଡିଆ ସ୍ତରରେ ଶୀର୍ଷରେ ରହିଛନ୍ତି। ୟୁପିଏସସି ସିଭିଲ ସର୍ଭିସେସ୍ ପରୀକ୍ଷାରେ ୨୦୨୨ ରେ ଇଶିତା କିଶୋର, ଦ୍ୱିତୀୟ ସ୍ଥାନରେ ଗରିମା ଲୋହିୟା, ତୃତୀୟ ସ୍ଥାନରେ ଉମା ହରତି ଏନ, ଚତୁର୍ଥ ସ୍ଥାନରେ ସ୍ମୃତି ମିଶ୍ର, ପଞ୍ଚମ ସ୍ଥାନରେ ମୟୂର ହାଜାରିକା, ଷଷ୍ଠ ସ୍ଥାନରେ ଗେହାନା ନାଭିଆ ଯାଦବ ରହିଛନ୍ତ। ସପ୍ତମ ସ୍ଥାନରେ ୱାସିମ ଅହମ୍ମଦ ଭଟ୍ଟ, ଅଷ୍ଟମ ସ୍ଥାନରେ ଅନିରୁଦ୍ଧ ଯାଦବ, ନବମ ସ୍ଥାନରେ କାନିକା ଗୋୟଲ ଏବଂ ଦଶମ ସ୍ଥାନରେ ରାହୁଲ ଶ୍ରୀବାସ୍ତବ ରହିଛନ୍ତ।