ଭୁବନେଶ୍ୱର : ନବ ଦାସ ହତ୍ୟା ମାମଲାରେ ଝିଅ ଦୀପାଳି ଦାସଙ୍କ ବୟ ବୟାନ । ସିବିଆଇ ତଦନ୍ତ ପାଇଁ ଚିଠି ଲେଖିବୁ କହିଲେ ଦୀପାଳି । ହତ୍ୟା ମାମଲାର ସିବିଆଇ ତଦନ୍ତ ପାଇଁ ଆମେ ଦାବି କରିବୁ । ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିକି ଦବୁ । ଏ ନେଇ ଚିଠି ପ୍ରସ୍ତୁତ କରୁଛୁ, ସପ୍ତାହେ ଦୁଇ ସପ୍ତାହ ମଧ୍ୟରେ ଚିଠି ଦେବୁ । ଠିକ ଦୁଇ ବର୍ଷ ତଳେ ଆଜିର ଦିନରେ ନବ ଦାସଙ୍କୁ ହତ୍ୟା କରାଯାଇଥିଲା । ଦୁଇ ବର୍ଷ। ହେଲେ ଦୁଇ ବର୍ଷ ପରେ ବି ରହସ୍ୟରେ ରହିଛି ହତ୍ୟାକାଣ୍ଡର କାରଣ। କାହିଁକି ପୂର୍ବତନ ମନ୍ତ୍ରୀଙ୍କୁ ହତ୍ୟା କରିଥିଲା ଗୋପାଳ, ଏବେ ବି ହୋଇନି ସ୍ପଷ୍ଟ। କ୍ରାଇମ୍ବ୍ରାଞ୍ଚ ତଦନ୍ତରେ ଅନେକ ତ୍ରୁଟି ସାମ୍ନାକୁ ଆସିଛି।
Views: 40