ଭୁବନେଶ୍ୱର : ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମକୋପ ରହିଛି। ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ରାଜ୍ୟବାସୀଙ୍କୁ କଲବଲ କରୁଛି । ପଶ୍ଚିମରେ ଭୀଷଣ ରୌଦ୍ରତାପ । ଉପକୂଳରେ ଅସହ୍ୟ ଗୁଳୁଗୁଳି । ତତଲା କଡ଼େଇରେ ସିଝୁଛି ସାରା ଓଡ଼ିଶା । ସାଢ଼େ ୧୧ଟା ବେଳକୁ ୪୦ ଡିଗ୍ରୀ ଉପରେ ରହୁଛି ପାରଦ । ଭୁବନେଶ୍ୱରରେ ତାପମାତ୍ରା ୪୧.୬ ଡିଗ୍ରୀ ରେକର୍ଡ କରାଯାଇଛି। ଆସନ୍ତା ୨ ଦିନ ରାଜ୍ୟରେ ଅତ୍ୟଧିକ ଗ୍ରୀଷ୍ଣ ପ୍ରବାହ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ହିଟ୍ ୱେଭ୍ ସତର୍କତା ଜାରି କରିଛି। ଏହି ସମୟ ମଧ୍ୟରେ ତାପମାତ୍ରା ସ୍ୱାଭାବିକଠୁ ୪ରୁ ୬ ଡିଗ୍ରୀ ଅଧିକ ରହିବା ସମ୍ଭାବନା ରହିଛି। ଆବଶ୍ୟକ ନଥିଲେ ଦିନ ୧୧ଟାରୁ ୩ଟା ମଧ୍ୟରେ ବାହାରକୁ ବାହାରିବାକୁ ବାରଣ କରାଯାଇଛି। ଆଜି ପାଇଁ ୧୨ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି।
Views: 84











