ଭୁବନେଶ୍ୱର ; ସିକ୍କିମ ଦୁର୍ଘଟଣାରେ ବିଜେପି ନେତ୍ରୀ ନିଖୋଜ । ଯାଜପୁର ରୋଡ ଅଞ୍ଚଳର ବିଜେପି ନେତ୍ରୀ ଇତିଶ୍ରୀ ଜେନା ନିଖୋଜ । ପରିବାର ସହ ବୁଲିବାକୁ ଯାଇଥିବା ବେଳେ ଦୁର୍ଘଟଣାରେ ନିଖୋଜ । ସିକ୍କିମ ତିସ୍ତା ନଦୀରେ ଗାଡି ଦୁର୍ଘଟଣା ହେବାରୁ ନିଖୋଜ । ନିଖୋଜ ନେଇ ସୂଚନା ଦେଲେ ଇତିଶ୍ରୀଙ୍କ ପୁତୁରା । ସିକ୍କିମର ତିସ୍ତା ନଦୀରେ ଏକ ଟୁରିଷ୍ଟ ବସ୍ ତିସ୍ତା ନଦୀକୁ ଖସିପଡିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ନିଖୋଜ ରହିଛନ୍ତି । ବସଟି ୧୦୦୦ ଫୁଟ ତଳକୁ ଖସିପଡିଥିବା ଜଣାପଡିଛି । ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ଖବର ମୁତାବକ, ଗୁରୁବାର ରାତିରେ ସିକ୍କିମର ଏକ ପାହାଡ଼ି ରାସ୍ତାରୁ ଏକ ପର୍ୟ୍ୟଟକ ଗାଡ଼ି ୧୦୦୦ ଫୁଟ ତଳକୁ ଖସିପଡ଼ିବାରୁ ୯ ଜଣ ନିଖୋଜ ଅଛନ୍ତି । ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି । ସନ୍ଧ୍ୟା ୮ଟା ମଧ୍ୟରେ ଉତ୍ତର ସିକ୍କିମର ଚୁଙ୍ଗଥାଙ୍ଗ ଏବଂ ମୁନସିଥାଙ୍ଗ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ଏହି ବସରେ ଓଡ଼ିଶାର ଅନେକ ଯାତ୍ରୀ ଥିବାର ସୂଚନା ମିଳିବା ପରେ ମୁଖ୍ୟମନ୍ତ୍ରୀ ସିକ୍କିମ ସରକାରଙ୍କ ସହ ଆଲୋଚନା କରିଛନ୍ତି । ଓଡ଼ିଶାର ଦୁର୍ଘଟଣାଗସ୍ତ ଯାତ୍ରୀ ମାନଙ୍କର ଉଦ୍ଧାର, ଚିକିତ୍ସା ଓ ଓଡ଼ିଶାକୁ ଆଣିବା ନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ।
ସିକ୍କିମରେ ବିଜେପି ନେତ୍ରୀ ନିଖୋଜ

Facebook
Twitter
LinkedIn
Facebook
Twitter
LinkedIn
Recent News
ୟୁକ୍ରେନ ଉପରେ ରୁଷର ପ୍ରଚଣ୍ଡ ଆକ୍ରମଣ
କିଭ : ଗତ କିଛି ଦିନ ମଧ୍ୟରେ ରୁଷ ୟୁକ୍ରେନ ଉପରେ ଆକ୍ରମଣକୁ ତୀବ୍ର କରିଛି। ୟୁକ୍ରେନୀୟ ବାୟୁସେନା ସୋମବାର କହିଛି ଯେ ଗତ ରାତିରେ ରୁଷ...
ନିୟନ୍ତ୍ରଣ ହରାଇ ଓଲଟିଲା ବସ , ୧୫ ଜଣଙ୍କର ଚାଲିଗଲା ଜୀବନ
ନୂଆଦିଲ୍ଲୀ : ପିଲାମାନଙ୍କୁ ନେଇ କ୍ୟାମ୍ପସକୁ ଫେରୁଥିବା ବେଳେ ୟୁନିଭରସିଟିର ବସ୍ ଏବଂ କାର୍ ଧକ୍କା । ଏଥିରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ...
ଅସୁସ୍ଥ ଥିଲେ ରଥଯାତ୍ରା ଭିଡକୁ ଆସନ୍ତୁ ନାହିଁ –ମନ୍ତ୍ରୀ
ପୁରୀ : ଅସୁସ୍ଥ ଥିଲେ ଭିଡ଼କୁ ଆସନ୍ତୁ ନାହିଁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି । କୋଭିଡ ପାଇଁ ଭୟ କରିବାର ଆବଶ୍ୟକତା ନାହିଁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି...
ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁ କାଳୀନ ସହାୟତା ରାଶି ବଢିଲା, ମୃତ୍ୟୁ ହେଲେ ମିଳିବ ୧୦ ଲକ୍ଷ
ଭୁବନେଶ୍ୱର : ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁ କାଳୀନ ସହାୟତା ରାଶି ବଢିଲା । ପୂର୍ବରୁ ମିଳୁଥିବା ୬ ଲକ୍ଷ ଟଙ୍କା ୧୦ ଲକ୍ଷକୁୁ ବଢିଲା । ସହାୟତା...