ଭୁବନେଶ୍ୱର : ବିଧାନସଭା ବାହାରେ ବର୍ଷିଲେ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର । ବିଧାନସଭାରେ ପ୍ରଥମ କରି ବିରୋଧୀଦଳ ନେତାଙ୍କ ଲାଇନ କାଟି ଦିଆଗଲା । ମୁଁ କହୁଥିବା ବେଳେ ମୋର ଲାଇନ କାଟି ଦିଆଗଲା । ସିଏମଓ କାହାକୁ କହନ୍ତି , ଜଣେ ସଚିବ କଣ ଅଫିସ କି ? ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିରେ କୈାଣସି କ୍ଲାରିଟି ନାହିଁ । ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଭୋଟ୍ ଦେଇଛନ୍ତି , ସେ ଉତ୍ତରଦାୟୀ । ମନ୍ତ୍ରୀଙ୍କୁ ଦେଖା କରୁ ନାହାନ୍ତି ସେ ଲୋକଙ୍କୁ କଣ ଦେଖା କରିବେ । ନାଉରୀ ନାଏକ ଓ ମୁକେଶ ମହାଲିଙ୍ଗଙ୍କ ପ୍ରଶ୍ନ କାହିଁକି ରିଜେକ୍ଟ ହେଲା ।ଯଦି ରିଜେକ୍ଟ କଲେ ୫ ଦିନ ପୂର୍ବରୁ ଜଚ୍ଚାଇବା କଥା, କାହିଁକି କଲେନି ? ଚନ୍ଦ୍ରଯାନ ଖର୍ଚ୍ଚ ସହ ୫ଟି ସଚିବଙ୍କ ଗସ୍ତ ଖର୍ଚ୍ଚ ସମାନ କହିଛନ୍ତି । ତେଣୁ ଆମେ ଏ ନେଇ ଗୃହରେ ପ୍ରଶ୍ନ କରିଥାନ୍ତୁ , କରାଇ ଦେଉ ନାହାନ୍ତି ।
Views: 87











