The Ultimate Managed Hosting Platform
ADVERTISEMENT

ସାର୍ଟଲେସ୍‌ ଟ୍ରେଣ୍ଡ ଏବଂ ଫିଟନେସ ଷ୍ଟାର ସଲମାନ ଖାନ ୫୭ ବର୍ଷରେ ପାଦ ଥାପିଲେ

Facebook
Twitter
LinkedIn

ବଲିଉଡର ଭାଇଜାନ ସଲମାନ ଖାନ ଆଜି ୫୭ ବର୍ଷରେ ପାଦ ଦେଇଛନ୍ତି। ସଲମାନଙ୍କ ଦବଙ୍ଗ ଅନ୍ଦାଜ ଏବଂ କିଲର ସ୍ୱାଗ୍‌ କେବଳ ବଲିଉଡ ନୁହେଁ ଚାରିଆଡେ ରହିଛି। ସଲମାନ ଖାନ ବି ଟାଉନର ଏମିତି ଜଣେ ଷ୍ଟାର, ଯାହାଙ୍କ ଫିଲ୍ମ ଦେଖିବା ପାଇଁ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଦିଓ୍ଵାନା । ଭାଇଜାନ ନିଜର ୫୭ ତମ ଜନ୍ମଦିନ ବେଶ ଧୁମଧାମରେ ପାଳନ କରିଛନ୍ତି ।

ସଲମାନଙ୍କ ଜନ୍ମଦିନକୁ ଖାସ୍‌ କରିବା ପାଇଁ ତାଙ୍କ ଫ୍ୟାନ୍ସ ୪/୫ ଦିନ ଆରମ୍ଭରୁ ସେଲିବ୍ରେସନ ଆରମ୍ଭ କରିଦେଇଥିଲେ । ବିଗବସ୍‌ରେ ମଧ୍ୟ ଓ୍ଵିକେଣ୍ଡ କା ଓ୍ଵାର ଏପିସୋଡରେ ସମସ୍ତେ ଖାସ୍‌ ଅନ୍ଦାଜରେ ସଲମାନଙ୍କ ଜନ୍ମଦିନ ପାଳନ କରିଥିଲେ । ୧୯୬୫ ମସିହାରେ ଜନ୍ମଗ୍ରହଣ କରିଥିବା ସଲମାନ ସମସ୍ତଙ୍କ ହୃଦୟରେ ରାଜ୍‌ କରୁଛନ୍ତି । ଦିନେ ୧୦୦ ଟଙ୍କା ରୋଜଗାର କରିଥିବା ସଲମାନ ଖାନ ଆଜି ବଲିଉଡ ଇଣ୍ଡଷ୍ଟ୍ରୀର ସବୁଠୁ ମହଙ୍ଗା ଅଭିନେତା ଭାବେ ଜଣାଶୁଣା ।

ସଲମାନ ଏକ ଇଣ୍ଟରଭ୍ୟୁରେ କହିଥିଲେ, ତାଙ୍କର ପ୍ରଥମ ରୋଜଗାର ମାତ୍ର ୭୫ ଟଙ୍କା ଥିଲା। ମୁମ୍ବାଇର ତାଜ ହୋଟେଲରେ ଏକ ଶୋରେ ବ୍ୟାକଗ୍ରାଉଣ୍ଡରେ ଡ୍ୟାନ୍ସ କରିଥିଲେ। ଯେଉଁଥି ପାଇଁ ତାଙ୍କୁ ୭୫ ଟଙ୍କା ମିଳିଥିଲା। ଆଉ ପ୍ରଥମ ହିଟ୍‌ ଫିଲ୍ମ ‘ମେନୈ ପ୍ୟାର କିୟା’ରେ ସଲମାନଙ୍କୁ ୩୧ ହଜାର ଟଙ୍କା ପାରିଶ୍ରମିକ ମିଳିଥିଲା ।

ଏହା ପରେ ସଲମାନ ସାଜନ, ହମ ଆପକେ ହୈ କୋନ୍‌, କରନ-ଅର୍ଜୁନ, ଜୁହଓ୍ଵା, ପ୍ୟାର କିୟା ତୋ ଡରନା କ୍ୟା, ଦବଙ୍ଗ, ବଡିଗାର୍ଡ, ଏକ ଥା ଟାଇଗର, ବଜରଙ୍ଗୀ ଭାଇଜାନ ଭଳି ସୁପରହିଟ୍‌ ଫିଲ୍ମ କରିଛନ୍ତି। ସଲମାନ ବଲିଉଡରେ ସୁପରହିଟ୍‌ ଫିଲ୍ମ କରି ବକ୍ସ ଅଫିସରେ ନୂଆ ଟ୍ରେଣ୍ଡ ସେଟ୍‌ କରିଛନ୍ତି ।

ଆଜି ସଲମାନ କୋଟି କୋଟି ଟଙ୍କା ମାଲିବ। ଅଭିନେତା ସହ ଜଣେ ବିଜନେସମ୍ୟାନ ମଧ୍ୟ। ସଲମାନଙ୍କର ନିଜର ପ୍ରଡକ୍ସନ ହାଉସ ରହିଛି। ଯାହାର ନାମ ସଲମାନ ଖାନ ଫିଲ୍ମସ। ସଲମାନ ବିଇଂ ହ୍ୟୁମାନର ବ୍ରାଣ୍ଡ ଆମ୍ବାସାଡର ମଧ୍ୟ। ଏହାଛଡା ସଲମାନ ବ୍ରାଣ୍ଡ ଏଣ୍ଡେର୍ସମେଣ୍ଟ ମଧ୍ୟ କରି ମଧ୍ୟ କୋଟି କୋଟି ଟଙ୍କା ଆୟ କରନ୍ତି ।

ସଲମାନ ବଲିଉଡରେ ଅନେକ ଟ୍ରେଣ୍ଡ ସେଟ୍‌ କରିଛନ୍ତି। ଅନେକ ଅଭିନେତାଙ୍କୁ ପ୍ରେରଣା ଦେଇଛନ୍ତି । ତାଙ୍କ ଭଳି ଅନ୍ଦାଜ କାହାର ନାହିଁ । ତାଙ୍କ ସ୍ୱାଗ୍‌, କିଲର ଆଟିଟିଡ୍ୟୁ ସମସ୍ତଙ୍କୁ ପସନ୍ଦ ଆସିଥାଏ । ତେଣୁ ସଲମାନଙ୍କର ପ୍ରଶଂସକଙ୍କ ସଂଖ୍ୟା ମଧ୍ୟ ଅଧିକ ।
ବଲିଉଡର ଜଣେ ଲୋକପ୍ରିୟ ଷ୍ଟାର ଭାବେ ସମସ୍ତଙ୍କ ହୃଦୟରେ ରାଜ କରନ୍ତି ସଲମାନ। ଅନେକ ଲୋକଙ୍କୁ ଇଣ୍ଡଷ୍ଟ୍ରୀରେ ସୁଯୋଗ ଦେଇଛନ୍ତି ସଲମାନ । ଆଉ ଏଥିପାଇଁ ଅଧା ଇଣ୍ଡଷ୍ଟ୍ରୀ ତାଙ୍କୁ ସଲମାନ ନୁହେଁ ବରଂ ଭାଇଜାନ ନାମରେ ଡାକନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...

ADVERTISEMENT

Login