The Ultimate Managed Hosting Platform
ADVERTISEMENT

ସାମ୍ବାଦିକମାନେ କର୍ତ୍ତବ୍ୟ ପରାୟଣ ହେବା ସହିତ ସତ୍ୟ ଖବର ପ୍ରକାଶ ପ୍ରତି ଧ୍ୟାନ ଦିଅନ୍ତୁ

Facebook
Twitter
LinkedIn

କଟକ ଓଏମପି ଡାକବଙ୍ଗଳା ଠାରେ ଶୁକ୍ରବାର ଦିନ ପ୍ରେସ୍ କ୍ଲବ କଟକ ପକ୍ଷରୁ, ଏକ ବୈଠକ କାର୍ଯ୍ୟକାରୀ ସଭାପତି ବିରଞ୍ଚି ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, କଟକ ମେୟର ସୁବାସ ସିଂ ଅତିଥି ଭାବେ ଯୋଗ ଦେଇ କହିଲେ ଯେ , ସାମ୍ବାଦିକ ମାନେ ପ୍ରଥମେ କର୍ତ୍ତବ୍ୟ ନିଷ୍ଠ ହେବା ସହିତ, ପ୍ରକୃତ ସତ୍ୟ ଘଟଣା ପ୍ରକାଶ କରିବାକୁ ମତବ୍ୟକ୍ତ କରିଥିଲେ । ଯାହାଫଳରେ ଏହି ଖବର ପ୍ରକାଶ ପାଇବା ପରେ, ସେହି ବ୍ୟକ୍ତି ତାର ଜଣାତରେ ହେଉବା ଅଜଣାତାରେ, କରିଥିବା ଭୁଲକୁ ସଂଶୋଧନ କରିପାରିବ ବୋଲି କହିଥିଲେ । ପ୍ରଥମେ କଟକ ମହାନଗର ନିଗମର ପୂର୍ବତନ ଡେପୁଟି ମେୟର ଅଜୟ ବାରିକଙ୍କ ବିୟୋଗରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଆୟୋଜିତ ବୈଠକରେ ସାମ୍ବାଦିକ ମାନଙ୍କ ପରିବାର ସୁରକ୍ଷା ବୀମା, ୨ ଲକ୍ଷ୍ୟ ଟଙ୍କା ପରିବର୍ତ୍ତେ ୫ ଟଙ୍କାକୁ ବୃଦ୍ଧି କରିବା ପାଇଁ, ବିଧାୟକଙ୍କ ଜରିଆରେ ବିଧାନ ସଭାରେ ପ୍ରଶ୍ନ ଉଠାଯିବା ଏବଂ ପ୍ରେସ୍ କ୍ଲବ କଟକର ସ୍ଥାୟୀ ଗୃହ ପାଇଁ, ଏକ ଜାଗା ଯୋଗାଇ ଦେବାକୁ ଉପସ୍ଥିତ ସାମ୍ବାଦିକ ମାନେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଏବଂ ମେୟର ସୁବାଷ ସିଂ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ବୈଠକରେ ପ୍ରିଣ୍ଟ ଏବଂ ୱେବ ମିଡ଼ିଆର ୫୦ ଜଣ ସାମ୍ବାଦିକ ଯୋଗ ଦେଇଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login