The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରି ହଟ ହଟା ହେଲେ, ବାଲେଶ୍ଵର ଜିଲ୍ଲାପାଳ।

Facebook
Twitter
LinkedIn

ବସ୍ତା ବ୍ଲକ୍ କାର୍ଯ୍ୟାଳୟ ରେ ଆଜି ଜିଲ୍ଲାପାଳ ଓ ଏସ ପି ଙ୍କର ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଥିଲା। ଏହି ଜନ ଅଭିଯୋଗ ଶୁଣାଣୀ କୁ ଛାପା,ସାମାଜିକ ଓ ବୈଦ୍ୟୁତିକ ଗଣମାଧ୍ୟମ ରେ ସ୍ଥାନିତ କରିବାକୁ ପୂର୍ବରୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ତରଫରୁ ଚିଠି କରାଯାଇଥିଲା। ଏହାକୁ ଭିତ୍ତି କରି ସାମ୍ବାଦିକ ମାନେ ଖବର ସଂଗ୍ରହ କରିବାକୁ ଯାଇଥିଲେ। ମାତ୍ର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଅଭିଯୋଗ କକ୍ଷରେ ଥିବା ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ କଦର୍ଯ୍ୟ ବ୍ୟବହାର କରିବା ସହିତ, ବାହାରକୁ ବାହାରି ଯିବାକୁ କହିଥିଲେ ଏପରିକି ପୋଲିସ ଲଗାଇ ବାହାର କରିଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ସାମ୍ବାଦିକ ଙ୍କ ପ୍ରତି ଏହିଭଳି ଅଶାଳୀନ ବ୍ୟବହାର କୁ ବିରୋଧ କରି ସମସ୍ତ ଗଣମାଧ୍ୟମ ପ୍ରତିନିଧି ବିରୋଧ କରି, ଜଣ ଶୁଣାଣି ପ୍ରକୋଷ୍ଠ ଆଗରେ ଧାରଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରି ଜିଲ୍ଲାପାଳ ଓ ଙ୍କ ବିରୋଧ ରେ ନାରା ଦେଇଥିଲେ। ଜିଲ୍ଲାପାଳଙ୍କ ଏଭଲି ବ୍ୟବହାର କୁ ସାମ୍ବାଦିକ ଘୋର ନିନ୍ଦା କରିବ ସହିତ, ବାଲେଶ୍ଵର ଜିଲ୍ଲାପାଳ ଦୀର୍ଘଦିନ ବାଲେଶ୍ଵର ରେ ରହି ତାଙ୍କ ମନମାନୀ କରୁଚନ୍ତି। ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ସାମ୍ବାଦିକ, ସାଧାରଣ ଲୋକଙ୍କୁ, ଜନ ପ୍ରତିନିଧି ଙ୍କୁ ଦୁର୍ବ୍ୟବହାର କରିଥିବାର ନଜିର ରହିଛି।
ସକାଳ ୭ ରୁ ମଧ୍ୟାହ୍ନ ୧ଟା ଯାଏ ମିଳିତ ଜନ ଶୁଣାଣି ହେବାକୁଥିବା ବେଳେ, ଖୁଦ୍ ଜିଲ୍ଲାପାଳ ତିନି ଘଣ୍ଟା ବିଲମ୍ୱରେ ଅର୍ଥାତ୍ ଦିନ ୧୦ ଟା ବେଳେ ପହଞ୍ଚି ଜନ ଶୁଣାଣି ଆରମ୍ଭ କରିଥିଲେ। ସାମ୍ବାଦିକଙ୍କୁ ପୋଲିସ ଅଟକାଇ ବାକୁ ଯାଇ ପୋଲିସକୁ ମଧ୍ୟ ହଟହଟା ହେବାକୁ ପଡିଥିଲା। ସାମ୍ବାଦିକ ନ୍ୟାୟ ଦାବି କରି ଅଡ଼ି ବସି ରହିଥିଲେ । ଶେଷରେ ଦିନ ୧୨ଟା ରେ ବାଲେଶ୍ଵର ଏସ୍ପୀ ସୁଧାଂଶୁ ମିଶ୍ର ଓ ଜିଲ୍ଲାପାଳ ଆସି ଆଲୋଚନା କରି ଜନଶୁଣାଣୀ ପ୍ରକୋଷ୍ଠ ଭିତରକୁ ଡ଼ାକିବା ସହିତ ପ୍ରତେକ୍ କ୍ଷେତ୍ରରେ ସହଯୋଗ କରାଯିବାର ପ୍ରତିଶ୍ରୁତି ପରେ ସାମ୍ବାଦିକ ମାନେ ଆନ୍ଦୋଳନ ରୁ ପ୍ରତ୍ୟାହୃତ୍ ହୋଇଥିଲେ।

। ଅନ୍ୟ ପଟେ ଆଜିର ଜନ ଶୁଣାଣି ବାବଦରେ ନିର୍ଦ୍ଦିଷ୍ଟ କିଛି ନେତୃବୃନ୍ଦ ଓ ହାତ ଗଣତି କିଛି ଲୋକଙ୍କୁ ବାଦ୍ ଦେଲେ ଜନ ଶୁଣାଣି ବାବଦରେ ଲୋକେ ଅବଗତ ନଥିଲେ। ବସ୍ତା ସଭାଗୃହ ଭିତରେ ଏସି ରୁମରେ ବିଭାଗୀୟ ଅଧିକାରୀ ବସି ଥିବା ବେଳେ, ଅଭିଯୋଗ ପାଇଁ ଆସିଥିବା ସାଧାରଣ ଲୋକ ଖରା ତାତିରେ ସନ୍ତୁଳି ହେଉଥିଲେ। ଧର୍ମ କୁ ଆଖିଠାର ମାରି ମାତ୍ର ଅଳ୍ପ କିଛି ଲୋକଙ୍କ ପାଇଁ ଚେୟାର ପକାଇବା ସହିତ ଉପରେ ତମ୍ବୁଟାଣି କାମ ସାରି ଦେଇଥିଲେ। ଦୂର ଦୁରାନ୍ତରୁ ଭୋକ ଉପାସରେ ଆସିଥିବା ଲୋକଙ୍କ ପାଇଁ ପିଇବାପାଣି ର ସୁବିଧା କି ଫ୍ୟାନ ନଥିଲା ଯାହାକୁ ନେଇ ସାଧାରଣ ଲୋକଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଥିଲା ଯାହା ପାଇଁ ବସ୍ତା ବିଡିଓ ଜ୍ଞାନ ରଞ୍ଜନ ସାହୁଙ୍କୁ ଦାୟୀ କରିବା ସହିତ ଅସନ୍ତୋଷ ପ୍ରକାଶ କରିଥିଲେ। ଖୋଦ୍ ଜିଲ୍ଲାମୁଖ୍ୟ ଙ୍କ ସମୟ ଜ୍ଞାନ ନଥିବା ବେଳେ ସାଧାରଣ ପ୍ରଶାସନ କିପରି ଚାଲିଥିବ ବୋଲି ପ୍ରଶ୍ନ କରିଥିଲେ।ଅଭିଯୋଗ ନେଇ ଆସିଥିବା ବୁଢ଼ା, ବୁଢ଼ୀ ଭୋକ ଶୋଷରେ ଖରାରେ ଠିଆହୋଇ ଡହଳ ବିକଳ ହେଉଥିବା ଦେଖିବାକୁ ମିଳିଥିଲା। ଏହା ମିଳିତ ଜନ ଅଭିଯୋଗ ଶୁଣାଣୀ ନୁହଁ ବରଂ ଏହା ଜିଲ୍ଲାପ୍ରଶାସନ ର ଜନ ମାରଣ ନୀତି ବୋଲି ଖରାରେ ଠିଆ ହୋଇଥିବା ବୁଢା ବୁଢ଼ୀ କହିଥିଲେ। ସମୟ ପୂର୍ବରୁ ପଞ୍ଜିକରଣ କାଉଣ୍ଟର ବନ୍ଦ ହୋଇ ଯାଇଥିବା ଦେଖି ବାକୁ ମିଳି ଥିଲା। ଜିଲ୍ଲାପାଳ ଓ ଏସ୍ପି୍ ଙ୍କ ବିଳମ୍ବ ରେ ପହଞ୍ଚିବା ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଧାରଣା ପାଇଁ ଅଭିଯୋଗ ନକରିପାରି ଶତାଧିକ ଲୋକଙ୍କୁ ଫେରିବାକୁ ପଡ଼ିଥିଲା। ତେବେ ଆଜିର ଏହି ଅଭିଯୋଗ ଶୁଣାଣୀ ଶିବିରରେ ମୋଟ ୧୧୭ ଟି ଅଭିଯୋଗ ହୋଇଥିବା ବେଳେ ୬୨ ଟି ଅଭିଯୋଗ ର ଶୁଣାଣି କରାଯାଇଥିଲା। ଅଧିକାଂଶ ଅଭିଯୋଗ ପ୍ରଧାନମନ୍ତ୍ରୀ ଆବାସ, ବାର୍ଦ୍ଧକ୍ୟ,ବିକଳାଙ୍ଗ ଭତ୍ତା ଓ ଖାଦ୍ୟ ସୁରକ୍ଷା କୁ ନେଇ ହୋଇଥିବା ଦେଖିବାକୁ ମିଳିଥିଲା।
ଶେଷରେ ସାମ୍ବାଦିକ ମାନେ ଜିଲ୍ଲାପାଳଙ୍କୁ ଆପଣଙ୍କ ସମୟେ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ,ଭତ୍ତା, ଏନ୍ ଆର୍ ଇଯିଏ ,ମୁଗ , ଆଳୁ,ବିରି ବିହନ ହରଫେର, ଆଦି ବହୁ ଘଟଣା ରେ ଦୁର୍ନୀତି ବଢ଼ି ଚାଲିଥିବା ବେଳେ ଜିଲ୍ଲାରେ ବାଲି ,ମାଟି,ପଥର ଓ ବେଆଇନ ଇଟାଭାଟି ଓ ମାଫିଆ ରାଜ ଆଦି ଚାଲିଥିବା ନେଇ ପ୍ରଶ୍ନ କରିଥିଲେ। ସାମ୍ବାଦିକ ଙ୍କ ପ୍ରଶ୍ନ ବାଣ ରେ ଘାଇଲା ହୋଇଥିଲେ ଜିଲ୍ଲାପାଳ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯

ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...

ADVERTISEMENT
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...

Login