The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ସାମ୍ନାକୁ ଆସିଲା ମନ୍ତ୍ରୀ ନବଦାସଙ୍କୁ ହତ୍ୟା କରିଥିବା ଗୋପାଳର ଫଟୋ ।

Facebook
Twitter
LinkedIn

ଗତ ଜାନୁଆରୀ ମାସ ୨୯ ତାରିଖରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ପୋଲିସ୍ ଏଏସ୍‌ଆଇ ଗୋପାଳ କୃଷ୍ଣ ଦାସ ଗୁଳି କରି ହତ୍ୟା ଘଟଣା ଏବେ ବି ରହସ୍ୟ ଘେରରେ ରହିଥିବା ବେଳେ ଘଟନାକୁ ନେଇ ମଧ୍ୟ ଚର୍ଚ୍ଚା ଥମିନି । ମାତ୍ର ଗୁଳି କରିବାର ଭିଡିଓ ଭାଇରାଲ ହେବାର ଦୃଶ୍ୟ ପ୍ରାୟ ସମସ୍ତେ ଦେଖିଥିବେ ନିଶ୍ୱୟ । ମାତ୍ର ଗୋପାଳ ଯେ ଗୁଳି କରିଛି ତାହାର ସ୍ପଷ୍ଟ ଚିତ୍ର ନଥିଲା ଆପଣଙ୍କ ସାମ୍ନାରେ । ମାତ୍ର ଏବେ ଗଣ ମାଧ୍ୟମ ହାତରେ ଲାଗିଛି ତାହାର ଜ୍ୱଳନ୍ତ ଫଟୋ । ଗୋପାଳ ଯେ ଅତି ନିକଟରୁ ଗୁଳି କରିଥିଲା ଏହି ଫଟୋ ହିଁ ତାହାର ସ୍ପଷ୍ଟ ଚିତ୍ର ପ୍ରମାଣିତ କରିଛି । ଭୁତ ପୂର୍ବ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଜାରସୁଗୁଡାର ବ୍ରଜରାଜ ନଗର ଯାଇଥିଲେ ।

ସେଟାରେ ଦଳୀୟ କର୍ମୀ ଓ ସମର୍ଥକ ମାନେ ନବଙ୍କ ପାଛୋଟି ନେବାକୁ ବାଜା ବାଣ ପ୍ରସ୍ତୁତ ରହିଥିଲେ । ମନ୍ତ୍ରୀ କାର୍ଯ୍ୟକ୍ରମ ସ୍ଥାଳରେ ପହଞ୍ôଚବା କ୍ଷଣି ମଞ୍ଚାସୀନ ହେବାକୁ କାରରୁ ଓହ୍ଲାଉଥିବା ବେଳେ ତାଙ୍କୁ ଅତିନିକଟରୁ ଗୁଳି କରିଥିଲା ବ୍ରଜରାଜ ନଗର ଗାନ୍ଧିଛକ ଫାଣ୍ଡିର ଏଏସ୍‌ଆଇ ଗୋପାଳ । ଯାହାକୁ ଘଟଣା ସ୍ଥଳରେ ମନ୍ତ୍ରୀ ତଳେ ପଡିଯାଇଥିଲେ । ତାଙ୍କୁ ଭୁବନେଶ୍ୱର ସ୍ଥିତ ଆପୋଲ ହସ୍ପିଟାଲକୁ ନିଆଯାଇ ଚିକିତ୍ସା କରାଯାଇଥିଲା ସତ ମାତ୍ର ଡାକ୍ତର ସେଟାରେ ନବଙ୍କୁ ମୃତ ଘୋଷଣା କରିଥିଲେ ।

ଘଟଣାରେ ଗୋପାଳ ଗିରଫ ହେବା ସହ ଝାରସୁଗୁଡା ଏସ୍ପି ରାହୁଲ ଜୈନ ଓ ବ୍ରଜରାଜ ନଗର ଏସ୍‌ଡିପିଓ ଗୁପ୍ତେଶ୍ୱର ଭୋଇଙ୍କ ରାଜ୍ୟ ପୋଲିସ୍ ମୁଖ୍ୟାଳୟକୁ ବଦଳି କରାଯାଇଛି ।
ବ୍ୟୁରୋ ରିପୋର୍ଟ ଶପଥ ନ୍ୟୁଜ୍ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...

ADVERTISEMENT
ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ

କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...

Login