The Ultimate Managed Hosting Platform
ADVERTISEMENT

ସାମ୍ନାକୁ ଆସିଲା ଆତଙ୍କୀ ଉମରର ଭିଡିଓ

Facebook
Twitter
LinkedIn

ନୂଆଦିଲ୍ଲୀ : ସାମ୍ନାକୁ ଆସିଲା ଆତଙ୍କୀ ଡାକ୍ତର ଉମରର ଭିଡିଓ । ମାଷ୍ଟରମାଇଣ୍ଡ ଆତଙ୍କୀ ଡାକ୍ତର ଉମରର ବିସ୍ଫୋରଣ ପୂର୍ବର ଭିଡିଓ । ଭିଡିଓରୋ ଆତ୍ମଘାତୀ ବିସ୍ଫୋରଣକୁ ସଠିକ ଦର୍ଶାଉଛି ଉମର ।ଭିଡିଓରେ ପ୍ରାଞ୍ଜଳ ଇଂରାଜୀରେ କହୁଛି ଆତଙ୍କୀ ଉମର । ଆତ୍ମଘାତୀ ବିସ୍ଫୋରଣ କନସେଫ୍ଟକୁ ଭୁଲ ବୁଝାଯାଉଛି କହୁଛି ଉମର । ଏହି ଭିଡିଓରେ ଉମର କହୁଛି ଯେ, ଲୋକମାନେ ବହୁତ ବଡ଼ ଭୁଲ୍ କରୁଛନ୍ତି, ସୁଇସାଇଡ ବମ୍ବିଂକୁ ଠିକ୍ ଭାବରେ ବୁଝିପାରିନାହାନ୍ତି । ବିସ୍ଫୋରଣ ଏବଂ ଆତ୍ମଘାତୀ ବିସ୍ଫୋରଣ ଭିତରେ ଫରକ ରହିଛି । ଆତ୍ମଘାତୀ ବିସ୍ଫୋରଣର ମୁଖ୍ୟ ସମସ୍ୟା ହେଲା ଯେତେବେଳେ କୌଣସି ବ୍ୟକ୍ତି ମାନିନିଏ ଯେ, ତାର ମୃତ୍ୟୁ ଏକ ନିଶ୍ଚିତ ସମୟ ଓ ନିର୍ଦ୍ଧିଷ୍ଟ ସ୍ଥାନରେ ହେବ ସେତେବେଳେ ସେ ଏକ ବିପଦପୂର୍ଣ୍ଣ ମାନସିକ ସ୍ଥିତିକୁ ଚାଲିଯାଏ । ମୃତ୍ୟୁ ହିଁ ଶେଷ ଠିକଣା ବୋଲି ମାନିନିଏ । ହେଲେ ସତ କଥାଟା ହେଉଛି ଏଭଳି ଚନ୍ତାଧାରା କିମ୍ଵା ଏଭଳି ପରିସ୍ଥିତି କୌଣସି ଗଣତାନ୍ତ୍ରିକ ବ୍ୟବସ୍ଥା ଦ୍ଵାରା ସ୍ଵୀକାର୍ୟ୍ୟ ନୁହେଁ। କାରଣ ଏହା ସମାଜ, ଜୀବନ ଏବଂ ଆଇନର ସିଦ୍ଧାନ୍ତକୁ ଉଲ୍ଲଙ୍ଘନ କରିଥାଏ ।
ସୂଚନାଯୋଗ୍ୟ, ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ହୋଇଥିବା ବିସ୍ଫୋରଣରେ ଏଯାବତ୍ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଉମର ନିଜେ ଆଇ-୨୦ କାର୍ ଚଲାଇ ଲାଲକିଲ୍ଲା ନିକଟରେ ବିସ୍ଫୋରଣ କରିଥିଲା । ଉମର ଫରିଦାବାଦର ଅଲ୍ ଫଲାହ ବିଶ୍ୱବିଦ୍ୟାଳୟର ଜେନେରାଲ ମେଡିସିନ୍ ବିଭାଗର ସହକାରୀ ପ୍ରଫେସର ଏବଂ ପୁଲୱାମା ଜିଲ୍ଲାର ବାସିନ୍ଦା । ଏହି ବିସ୍ଫୋରଣରେ ଉମରର ମୃତ୍ୟୁ ହୋଇଥିଲା । ନଭେମ୍ବର ୯ ତାରିଖରେ ଫରିଦାବାଦରେ ଏକ ଚଢଉ ପରେ ସେ ନିଖୋଜ ହୋଇଯାଇଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login