The Ultimate Managed Hosting Platform
ADVERTISEMENT

ସାମଗ୍ରିକ ସ୍ବାସ୍ଥ୍ୟର ବାର୍ତ୍ତା ଦେଲା “ବର୍ପି ଏବଂ ବ୍ରେକଫାଷ୍ଟ”କାର୍ଯ୍ୟକ୍ରମ

Facebook
Twitter
LinkedIn

ଭୁବନେଶ୍ୱର : ଏଚଏବି ପ୍ଳସ ପକ୍ଷରୁ ଜନସାଧାରଣଙ୍କ ପାଇଁ “ବର୍ପି ଏବଂ ବ୍ରେକଫାଷ୍ଟ” କାର୍ଯ୍ୟକ୍ରମ ମାଧ୍ୟମରେ ଏକ ସୁସ୍ଥ ଏବଂ ସ୍ଥାୟୀ ଜୀବନଶୈଳୀ ଫିଟନେସ୍ ଦେବାକୁ ଲକ୍ଷ୍ୟ ରଖିଛି । ଏହି ପରିପ୍ରେକ୍ଷୀରେ ରବିବାର ହୋଟେଲ ଲେମନ ଟ୍ରୀ ଠାରେ “ବର୍ପି ଏବଂ ବ୍ରେକଫାଷ୍ଟ ବାର୍ଷିକ ଉତ୍ସବ ୨୦୨୩ ” ଅନୁଷ୍ଠିତ ହୋଇ ଯାଇଛି ।


ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡିଆଇଜି ସତ୍ୟଜିତ୍ ନାୟକ ଉପସ୍ଥିତି ରହି ଉଦଘାଟନ କରିଥିଲେ। ଅନୁଷ୍ଠାନର ସହ ପ୍ରତିଷ୍ଠାତା ଶୁଭଦୀପ ରୟ ଚୌଧୁରୀ କହିଛନ୍ତି, ଆମେ ୩ବର୍ଷରେ ପଦାର୍ପଣ କରିଛୁ,ଏହି ଇଭେଣ୍ଟ ମାଧ୍ୟମରେ ଆମେ ଜନସାଧାରଣଙ୍କୁ ପ୍ରେରଣା ଦେବା ପାଇଁ ଲକ୍ଷ୍ୟ ରଖିଛୁ ।


ଉନ୍ନତ କଲ୍ୟାଣ ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ ଆଡକୁ ଏହା ଏକ ଯାତ୍ରା। ସ୍ୱାସ୍ଥ୍ୟ ଏବଂ ଫିଟନେସ୍ ପ୍ରତିପୋଷଣ ପାଇଁ ପ୍ରତିବଦ୍ଧତାକୁ ପ୍ରତିଫଳିତ କରି କମିଶନରେଟ୍ ପୋଲିସ୍, କଟକ ଏବଂ ଭୁବନେଶ୍ୱର ମଧ୍ୟ ଏହି କାର୍ଯ୍ୟକ୍ରମର ପ୍ରସାରଣ କରାଯାଇଛି। ଏହି ଅବସରରେ ପୂଲ୍ ୱାର୍କ ଆଉଟ , ନାଇଟ ୱାର୍କ ଆଉଟ ଆଦି କାର୍ୟ୍ୟକ୍ରମ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବ୍ୟବସାୟିକ ବ୍ୟକ୍ତିତ୍ୱ, ସରକାରୀ କର୍ମଚାରୀ, ସମ୍ମାନିତ ଡାକ୍ତର ଏବଂ ଫିଟନେସ୍ ଉତ୍ସାହୀଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login