ବଲାଙ୍ଗୀର : ସାଲେପାଲିରେ ଯୁବକଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ । ମୁଖ୍ୟ ଅଭିଯୁକ୍ତ ସାନ ଭାଇକୁ ଗିରଫ କଲା ବଲାଙ୍ଗିର ପୋଲିସ । ପାରିବାରିକ କଳହରୁ ବଡ ଭାଇକୁ ହାଣି ୮ ଖଣ୍ଡ କରିଥିଲା ସାନ ଭାଇ । ସାନ ଭାଇକୁ ଗିରଫ କରି ସିନ୍ ରିକ୍ରିଏସନ କରିଛି ପୋଲିସ । ଦୁଇ ଦିନ ତଳେ ପଲିଥିନରେ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିଥିଲା ।
ସୂଚନା ଅନୁଯାୟୀ ସାଲେପାଲିର ଏକ ଘର ଭିତରୁ ମିଳିଥିଲା ମୃତଦେହ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କବାଟ ଭାଙ୍ଗି ବାହାର କରିଥିଲା ପୋଲିସ । କିଛି ଦିନ ତଳେ ବାପା ମାଆଙ୍କୁ ମାଡ ମାରି ଆହତ କରିଥିବା ବେଳେ ସେମାନେ ବୁର୍ଲାରେ ଚିକିତ୍ସିତ ହେଉଛନ୍ତି ।
Views: 77