ଭୁବନେଶ୍ୱର : ପବିତ୍ର ଅଶୋକାଷ୍ଟମୀରେ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ରାମେଶ୍ୱର ମନ୍ଦିରକୁ ବିଜେ କରିବେ ପ୍ରଭୁ ଲିଙ୍ଗରାଜ । ୪ ଦିନ ପରେ ବାହୁଡା । ଶାନ୍ତି ଶୃଙ୍ଖଳା ପାଇଁ ୧୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ । ରଥରେ ଚଢ଼ି ମାଉସୀ ମାଆ ଘରକୁ ଯିବେ ପ୍ରଭୁ ଲିଙ୍ଗରାଜ । ଶ୍ରୀଲିଙ୍ଗରାଜଙ୍କ ପ୍ରତିନିଧି ଭାବେ ତିନି ଠାକୁର ଚନ୍ଦ୍ରଶେଖର, ଚତୁର୍ଭୁଜା ମାଆ ଦୁର୍ଗା ଓ ଦୋଳଗୋବିନ୍ଦ ରଥାରୁଢ଼ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ । ଅପେକ୍ଷା କରିରହିଛନ୍ତି ଶହ ଶହ ଶ୍ରଦ୍ଧାଳୁ । ଗତକାଲି ମଧ୍ୟରାତ୍ରରେ ମହାଖଳାଠାରେ ରଥ ପ୍ରତିଷ୍ଠା କରାଯାଇଥିଲା । କେଦାରଗୌରୀ ନିକଟ ତଥା ମୁକ୍ତେଶ୍ବର ମନ୍ଦିର ପରିସରରେ ଥିବା ମରିଚିକୁଣ୍ଡରୁ ପାଣି ଆସିବା ପରେ କ୍ଷେତ୍ରବାସୀ ବ୍ରାହ୍ଣଣ ନିଯୋଗର ସେବାୟତ ରଥ ପ୍ରତିଷ୍ଠା ପୂଜା କରିଥିଲେ । ସେହିଭଳି ନେତ ପୂଜା କରାଯାଇଥିଲା ଏବଂ ରଥ ଚୂଡ଼ାରେ ନେତ ଲଗାଯାଇଥିଲା । ଏହି ରଥର ବିଶେଷତ୍ବ ହେଉଛି ଏହା ଅଣଲେଉଟା । ରୁକୁଣା ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।
Views: 38