ପଶ୍ଚିମବଙ୍ଗ: ନିଜ ସାଙ୍ଗକୁ ମିଶି କଲେ ହତ୍ୟା । ତିନିଜଣ ନାବାଳକ ମିଶି ସେମାନଙ୍କ ୧୪ ବର୍ଷର ସାଙ୍ଗକୁ କମ୍ପ୍ୟୁଟର କିଣିବା ପାଇଁ ଅପହରଣ ପରେ ହତ୍ୟା କରିଥିବା ନେଇ ଆସିଛି ସାଙ୍ଘାତିକ ଅଭିଯୋଗ । ପଶ୍ଚିମବଙ୍ଗର ନାଦିଆ ଜିଲ୍ଲାର କ୍ରୀଷ୍ଣାନଗର ଘୁରନି ଅଞ୍ଚଳରେ ଘଟିଛି ଏହି ଛାତିଥରା ଘଟଣା। ସବୁଠାରୁ ଆଶ୍ଚର୍ୟ୍ୟର କଥା କି, ମାରିବା ପୂର୍ବରୁ ନିଜ ସାଙ୍ଗର ଶେଷ ଇଚ୍ଛା ପୂରଣ କରିଥିଲେ ଏହି ଦଗାବାଜ୍ ସାଙ୍ଗମାନେ । ରସଗୋଲା ଖୁଆଇବା ସହ କୋଲ୍ଡ ଡ୍ରିଙ୍କସ୍ ପିଇବାକୁ ଦେଇଥିଲେ । ଏହାପରେ ଗଳା କାଟି କରିଥିଲେ ହତ୍ୟା ।
ତେବେ ସୂଚନା ଥାଉକି କି, ଏକ ଅଖା ଭିତରେ ବନ୍ଧା ହୋଇଥିବା ମୃତଦେହ ଗତ ଶନିବାର ଦିନ କ୍ରୀଷ୍ଣାନଗର ସହର ଉପକଣ୍ଠ ହିଜୁଲି ଅଞ୍ଚଳର ଏକ ପୋଖରୀରୁ ଉଦ୍ଧାର କରାଯାଇଥିଲା । ଏହାପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ୍ । ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା । ଗେମ୍ ଖେଳିବା ପାଇଁ କମ୍ପ୍ୟୁଟର ଦରକାର ଥିଲା ତିନି ସାଙ୍ଗଙ୍କୁ । ଯେଉଁଥିବା ତିନି ନାବାଳକ ମିଶି ରଚିଥିଲେ ଷଡଯନ୍ତ୍ର । ସେମାନେ ନିଜର ଆଉ ଏକ ସାଙ୍ଗକୁ ପ୍ରଥମେ ଅପହରଣ କରିଥିଲେ ଏବଂ ଅପହରଣ ପରେ ହତ୍ୟା କରିଥିଲେ । ପୋଲିସ୍ ତିନି ନାବାଳକଙ୍କୁ କାବୁ କରି ଗତ ରବିବାର କ୍ରୀଷ୍ଣାନଗରର ଜୁଭେନାଲ୍ କୋର୍ଟରେ ହାଜର କରିଥିଲା।
ସାଙ୍ଗକୁ ମିଶି ହତ୍ୟା କଲେ ତିନି ନାବାଳକ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











