ଜଗତସିଂହପୁର : ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ସାଳଜଙ୍ଗା ପଞ୍ଚାୟତ ଚାରିବାଟିଆ ଗ୍ରାମରେ ଯୁବକଙ୍କୁ ହତ୍ୟା।ପୂର୍ବ ଶତ୍ରୁତାକୁ ନେଇ କରାଯାଇଛି ହତ୍ୟା ।ଚାରିବାଟିଆ ଗ୍ରାମର ଶୁକଦେବ ନାୟକଙ୍କ ପୁଅ ସାଗର ନାୟକ ଗତକାଲି ରାତିରେ ଖାଇସାରି ପାଖଦୋକାନକୁ ଯାଇଥିବା ଵେଳେ ଆଗରୁ ପ୍ରସ୍ତୁତ ହୋଇ ରହିଥିବା ପ୍ରତାପ ବେହେରା ଓ ଦିଲୁ ସାମଲ ଅତର୍କିତ ଭାବେ ସାଗରଙ୍କୁ ଆକ୍ରମଣ କରିଥିଲେ ।ଯାହା ଫଳରେ ମୁଣ୍ଡରେ ଶକ୍ତ ଆଘାତ ଯୋଗୁ ଘଟଣା ସ୍ତଳରେ ସାଗର ନାୟକଙ୍କ ମୃତ୍ୟୁ ଘଟିଥିଲା ।ପରିବାର ଲୋକେ ଖବରପାଇ ବୋଲର ଗାଡ଼ିରେ ଆଣି ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।ସାଗର ନାୟକଙ୍କ ବାପା ପୁଅକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ।ଅଭିଯୋଗକୁ ଭିତ୍ତିକରି ଟାଉନଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦିଲୁ ସାମଲକୁ ଘରୁ ଗିରଫ କରିବା ସହିତ ଆକ୍ରମଣ କାରି ପ୍ରତାପ ବେହେରା ସ୍ଥାନୀୟ ଅଞ୍ଚଳରୁ ଗିରଫ କରିଛି।ତବେ ସାମାନ୍ୟ ବଚସାକୁ ନେଇ ପାଟିତୁଣ୍ଡ ହେବା ପରେ ପ୍ରତାପ ଉତ୍ୟକ୍ତ ହୋଇ ଏକ ବାଉଁଶ ଠେଙ୍ଗାରେ ସାଗର ମୁଣ୍ଡକୁ ପ୍ରହାର କରିବାରୁ ସାଗର ରକ୍ତାକ୍ତ ହୋଇ ତେଳେ ପଡିଯାଇଥିଲା। ସାଗରକୁ ତାର ସାଙ୍ଗ ହତ୍ୟା କରିଛି ବୋଲି ସାଗରର ବାପା ଜଗତସିଂହପୁର ଥାନାରେ ଅଭିଯୋଗ କରିଛନ୍ତି।ଘଟଣା ସ୍ଥଳରେ ଫରେନ୍ସିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସାଙ୍ଗକୁ ପିଟି ମାରିଦେଲା ସାଙ୍ଗ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











