ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଜଳେଶ୍ବର- ଚନ୍ଦନେଶ୍ୱର ୫୭ନଂ ରାଜ୍ୟ ରାଜପଥ ନହରା ଛକ ଠାରେ ସାଇକେଲ ଉପରକୁ ଏକ ପିକଅପ ଭ୍ୟାନ ମାଡିଯିବାରୁ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହାର ପ୍ରତିବାଦରେ ସ୍ଥାନୀୟ ଜନସାଧାରଣ କ୍ଷତିପୂରଣ ଦାବି ଏବଂ ଦୃତ ଗାଡ଼ି ଚଳାଚଳକୁ ବିରୋଧ କରି ରାସ୍ତା ରୋକ୍ କରିଥିବା ଜଣାପଡ଼ିଛି । ପିକଅପରେ ଥିବା ଇଲେକ୍ଟ୍ରି ବିଭାଗର ସମସ୍ତ କର୍ମଚାରୀମାନଙ୍କୁ ଦୋଉଡିରେ ଖୁଣ୍ଟରେ ବାନ୍ଧି ଦେଇଥିବା ବେଳେ। ଉତ୍ୟକ୍ତ ଲୋକମାନେ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଉଭୟ ପାର୍ଶ୍ଵରେ ଅଟକିଛି ସତାଧିକ ଗାଡ଼ି। କମର୍ଦ୍ଦା ପୁଲିସ ପହଞ୍ଚି ଘଟଣା ତଦନ୍ତ କରିବା ଶହ ଲୋକଙ୍କୁ ବୁଝାସୁଝା କରୁଛି।
Views: 75