ନୂଆଦିଲ୍ଲୀ: ଲାକ୍ଷାଦ୍ବୀପ ଏନସିପି ସାଂସଦ ମହମ୍ମଦ ଫୈଜଲ ଫେରିପାଇଲେ ଲୋକସଭା ସଦସ୍ୟତା। କେରଳ ହାଇକୋର୍ଟ ତାଙ୍କ ବିରୋଧରେ ଲାଗିଥିବା ଆରୋପ ଖାରଜ କରିବା ପରେ ସଦସ୍ୟତା ପୁନର୍ବାହାଲ କରିବାକୁ ସେ ଆବେଦନ କରିଥିଲେ । ଏନେଇ ସୁପ୍ରିମକୋର୍ଟ ଶୁଣାଣି କରିଥିଲେ । ଏହାପରେ ତାଙ୍କ ଲୋକସଭା ସଦସ୍ୟତାକୁ ପୁନର୍ବାହାଲ କରଯାଇଛି । ଏ ନେଇ ଲୋକସଭା ସଚିବାଳୟ ବିଜ୍ଞପ୍ତି ଜାରିକରିଛି । ଏହାସହ ଉପନିର୍ବାଚନ ଘୋଷଣାକୁ ମଧ୍ୟ ରଦ୍ଦ କରାଯାଇଛି ।
ରାୟକୁ ଚ୍ୟାଲେଞ୍ଜ କରି କେରଳ ହାଇକୋର୍ଟ ଯାଇଥିଲେ ଫୈଜଲ। ତେବେ ଜାନୁଆରୀ ୧୩ରେ ତାଙ୍କ ଲୋକସଭା ସଦସ୍ୟତା ରଦ୍ଦ କରାଯାଇଥିଲା। ୧୮ଜାନୁଆରୀରେ ଲାକ୍ଷାଦ୍ବୀପରେ ଉପନିର୍ବାଚନ ପାଇଁ ନିର୍ବାଚନ କମିଶନ ଘୋଷଣା କରିଥିଲେ । ତେବେ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ ଫୈଜଲ । କେରଳ ହାଇକୋର୍ଟ ତାଙ୍କ ଆରୋପ ଖାରଜ ପରେ ଜାନୁଆରୀ ୨୭ରେ ଆଇନ ଅନୁସାରେ ପଦକ୍ଷେପ ନେବାକୁ ସର୍ବୋଚ୍ଚ କୋର୍ଟଙ୍କୁ ଜଣାଇଥିଲେ ନିର୍ବାଚନ କମିଶନ। ଗତକାଲି ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ହୋଇଥିବା ବେଳେ ତାଙ୍କ ଲୋକସଭା ସଦସ୍ୟତା ପୁନର୍ବାହାଲ କରାଯାଇଛି ।
ଏହାକୁ ଉଦାହରଣ ଭାବେ ଦର୍ଶାଇ ଆଇନଗତ ଲଢ଼େଇ ଲଢିପାରନ୍ତି ରାହୁଲ ଗାନ୍ଧୀ। ଆରୋପ ଖାରଜ ସହ ଲୋକସଭା ସଦସ୍ୟତା ପୁନର୍ବାହାଲ ପାଇଁ ଉଦ୍ୟମ କରିବ ରାହୁଲଙ୍କ ଲିଗାଲ୍ ଟିମ୍। ରାହୁଲ ଗାନ୍ଧୀ ଓ୍ବାଏନାଡରୁ ଲୋକସଭା ସାଂସଦ ନିର୍ବାଚିତ ହୋଇଥିଲେ। ଲୋକସଭା ସଦସ୍ୟତା ଯିବା ପରଠୁ ଓ୍ବାଏନାଡ୍ ଆସନ ଖାଲି ରହିଛି। ତେବେ ଲାକ୍ଷାଦ୍ବୀପ ସାଂସଦ ମହମ୍ମଦ ଫୈଜଲ ପୁଣି ସଦସ୍ୟତା ଫେରି ପାଇଥିବାରୁ ଏହି ଆଧାରରେ ରାହୁଲ ବି ସଂସଦ ପଦ ଫେରି ପାଇବା ନେଇ ଆଶା ବଢିଛି। ମହମ୍ମଦ ଫୈଜଲଙ୍କୁ ଏକ ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହ ୧୦ବର୍ଷ ଜେଲ୍ ଦଣ୍ଡ ଶୁଣାଇଥିଲେ କୋର୍ଟ।
ସାଂସଦ ମହମ୍ମଦ ଫୈଜଲ ଫେରିପାଇଲେ ଲୋକସଭା ସଦସ୍ୟତା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











