The Ultimate Managed Hosting Platform
ADVERTISEMENT

ସର୍ବନିମ୍ନ ତାପମାତ୍ରା ୪ଡିଗ୍ରୀ, ୧୩ ସହରର ତାପମାତ୍ରା ୧୦ଡିଗ୍ରୀ

Facebook
Twitter
LinkedIn

ଦାରିଙ୍ଗବାଡିରେ ରାତ୍ରି ତାପମାତ୍ରା ୪ ଡ଼ିଗ୍ରୀ । ଏହା ବ୍ୟତୀତ ୧୩ଟି ସ୍ଥାନରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୦ ଡ଼ିଗ୍ରୀ ତଳେ ରେକର୍ଡ କରାଯାଇଛି । ଦାରିଙ୍ଗବାଡିରେ ୪.୦ ଡ଼ିଗ୍ରୀ, ଝାରସୁଗୁଡାରେ ୫.୬ ଡ଼ିଗ୍ରୀ, ଫୁଲବାଣୀରେ ୬.୫ ଡ଼ିଗ୍ରୀ, ସୋନପୁରରେ ୬.୯ ଡ଼ିଗ୍ରୀ, କେନ୍ଦୁଝରରେ ୭.୪ ଡ଼ିଗ୍ରୀ ରହିଛି ରାତ୍ରି ତାପମାତ୍ରା ।

ବିଭିନ୍ନ ସ୍ଥାନରେ ତୁଷାରପାତ ଦେଖିବାକୁ ମିଳିଛି । ତୁଷାରପାତ ଦେଖିବାକୁ ପର୍ଯ୍ୟଟକ ଭିଡ ଜମାଇଛନ୍ତି । କାଲୁଆ ପବନ ଥରେଇ ଦେଉଛି ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିକୁ ତାପମାତ୍ରା ଦିନକୁ ଦିନ କମୁଛି । ଓଡ଼ିଶାରେ ଏମିତି ଅଚାନକ ଖସିଯାଇଛି ପାରଦ । ଏପଟେ ପର୍ଯ୍ୟଟକ ଭିଡ଼ ଦେଖିବାକୁ ମିଳୁଛି । ସକାଳୁ ଉଠିଲା ସମୟରେ ଶୀତର କଷ୍ଟ ଅନୁଭବ କରିବାକୁ ପଡୁଛି । ଆଭ୍ୟନ୍ତରୀଣରୁ ଉପକୂଳ ପର୍ଯ୍ୟନ୍ତ ସବୁଠି ଅଚାନକ ମାଡ଼ି ଆସିଛି ଶୀତର ଶକ୍ତ ପ୍ରବାହ। ରାତି ଓ ସକାଳେ ପଦାକୁ ବାହାରିଲେ ଗୋଡ଼ାଉଛି କାଲୁଆ ପବନ । ଘର ଭିତରେ ବି ଜାଡ଼ ଅସମ୍ଭାଳ । ଗାଁ ଗହଳିରେ କିଏ ନିଆଁ ପୁଆଁଉଛନ୍ତି ଶୀତରୁ ରକ୍ଷା ପାଇବା ପାଇଁ ତ ଆଉ କିଏ ସୂର୍ଯ୍ୟ କିରଣକୁ ଅପେକ୍ଷା କରି ରହୁଛି । ଅସବାଭାବିକ ଭାବେ ଖସିଯାଇଛି ରାତ୍ରି ପାରଦ । ଆଭ୍ୟନ୍ତରୀଣ ଓଡ଼ିଶାରେ ଥଣ୍ଡା ବଢୁଥିବା ବେଳେ ଉପକୂଳକୁ ଅତର୍କିତ ଭାବେ ଧସେଇ ପଶିଛି ଶୀତ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login