ନୂଆଦିଲ୍ଲୀ : ସର୍ବଦଳୀୟ ପ୍ରତିନିଧି ଦଳରେ ସାମିଲ ହେବେନି ୟୁସୁଫ ପଠାନ । ବିଦେଶ ଗସ୍ତରେ ଉପଲବ୍ଧ ହେବେ ନାହିଁ ବୋଲି କହିଥିବା ସୂଚନା । ଏ ନେଇ ୟୁସୁଫ ପଠାନ ସର୍ବଦଳୀୟ ଟିମକୁ ଜଣାଇଥିବା ସୂଚନା । ସାଂସଦ ସଞ୍ଜୟ ଝାଙ୍କ ନେତୃତ୍ୱାଧୀନ ଟିମରେ ଅଛନ୍ତି ୟୁସୁଫ । ପାକିସ୍ତାନର ମିଛକୁ ପର୍ଦ୍ଦାଫାସ କରିବା ପାଇଁ ଭାରତର ସାଂସଦଙ୍କ ପ୍ରତିନିଧିମଣ୍ଡଳୀକୁ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିରେ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ନେତାଙ୍କ ବ୍ୟତୀତ ଅନ୍ୟ ପାର୍ଟିର ନେତା ସାମିଲ ରହିଛନ୍ତି । ଆତଙ୍କବାଦୀ ଦେଶ ପାକିସ୍ତାନ ବିପକ୍ଷରେ ବିମାନ ଆକ୍ରମଣ ପରେ ଭାରତ ଏବେ ରାଜନୈତିକ ଓ କୂଟନୈତିକ ସ୍ତରରେ ଆକ୍ରମଣ ଘୋଷଣା କରିଛି । ସୂଚନା ଅନୁଯାୟୀ, ଭାରତ ସରକାର ସିଧାସଳଖ ସାଂସଦ ୟୁସୁଫ ପଠାନଙ୍କ ସହ ଯୋଗାଯୋଗ କରିଥିଲେ । ସାଂସଦଙ୍କ ପ୍ରତିନିଧିମଣ୍ଡଳରେ ୟୁସୁଫ ପଠାନଙ୍କ ନାମ ସାମିଲ କରିବା ପୂର୍ବରୁ ଟିଏମସି ସହିତ କୌଣସି ପରାମର୍ଶ କରାଯାଇନଥିଲା । ଭାରତ ସରକାର ସିଧାସଳଖ ୟୁସୁଫ ପଠାନଙ୍କ ସହ ଯୋଗାଯୋଗ କରିଥିଲେ । ଏବେ ପଠାନ ଭାରତ ସରକାରଙ୍କୁ ଜଣାଇଛନ୍ତି ଯେ, ସେ ପ୍ରତିନିଧିମଣ୍ଡଳୀ ସହିତ ବିଦେଶ ଯିବା ପାଇଁ ଉପଲବ୍ଧ ହେବେ ନାହିଁ । ଏଥିପାଇଁ ତାଙ୍କ ପାଖରେ ସମୟ ନାହିଁ । ଏହାସହ ତାଙ୍କୁ ଏହି ଟିମରେ ସାମିଲ କରିବା ନେଇ, ପୂର୍ବରୁ କୌଣସି ପ୍ରକାର ଯୋଗାଯୋଗ କରାଯାଇନଥିଲା ବୋଲି କହିଛନ୍ତି ୟୁସୁଫ ପଠାନ ।
ସର୍ବଦଳୀୟ ଟିମ :ବିଦେଶ ଯିବେନି ୟୁସୁଫ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











