The Ultimate Managed Hosting Platform
ADVERTISEMENT

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ପାଳନ

Facebook
Twitter
LinkedIn

ନବରଙ୍ଗପୁର(ବିଶ୍ଵାଜିତ ମଲ୍ଲିକ) : ନାଁ ତାଙ୍କର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ। ସ୍ୱାଧୀନ ଭାରତର ସେ ଥିଲେ ପ୍ରଥମ ଉପ-ପ୍ରଧାନମନ୍ତ୍ରୀ। ଗଡ଼ଜାତ ଅଞ୍ଚଳ ଓ ସ୍ୱାଧୀନ ରାଜ୍ୟଗୁଡ଼ିକୁ ଭାରତ ସହ ମିଶାଇବାରେସେ ନେଇଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା। ଭାରତର ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ୧୫୦ତମ ଜନ୍ମ ତିଥି ପାଳନ ଉପଲକ୍ଷେ ଉମରକୋଟ ପୋଲିସ ପ୍ରଶାସନ ପକ୍ଷରୁ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମର କ୍ରୀଡାବିତ ମାନଙ୍କୁ ନେଇ ଏକ ଗଣ ଦୌଡ଼ର ଝରିଗାଁ ରୋଡ଼ ଠାରୁ ବାହାରି ମିନି ଷ୍ଟାଡିୟମ ପର୍ୟ୍ୟନ୍ତ ଆୟୋଜିତ କରାଯାଇଥିଲା କ୍ଷ ଉକ୍ତ କାର୍ୟ୍ୟକ୍ରମରେ ଉପବିଭାଗୀୟ ପୋଲିସ ଅଧିକାରୀ ଶ୍ରୀ ଶୁଭେନ୍ଦୁ ଶବର, ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀ ରମାକାନ୍ତ ସାଇ, ତହସିଲଦାର ଶ୍ରୀ ମଗବାନ ବାଘ, ପୁଲିସ ଉପ ପରିଦର୍ଶକ ଶ୍ରୀ ଅକ୍ଷୟ ମିଶ୍ର, ଶ୍ରୀ ସଞ୍ଜୟ ମଣ୍ଡଳ, କ୍ରୀଡା ଶିକ୍ଷକ ଶ୍ରୀ ଏମ. ବିଜୟ କୁମାର,ଇଂ. ଚନ୍ଦନା ମଲ୍ଲିକ, ସମସ୍ତ ପୁଲିସ ଅଧିକାରୀ ତଥା ସ୍ଥାନୀୟ ବୁଦ୍ଧିଜୀବୀ ପ୍ରମୁଖ ଯୋଗ ଦେଇଥିଲେ କ୍ଷ ଆଜିର ଦିନରେ ଅର୍ଥାତ୍ ୩୧ ଅକ୍ଟୋବରରେ ଭାରତରେ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଏ । ଦେଶର ସୁରକ୍ଷା, ଏକତା ଏବଂ ଅଖଣ୍ଡତା ବଜାୟ ରଖିବା ପାଇଁ ଏହା ଏକ ପ୍ରତିବଦ୍ଧତାର ଦିନ। ତେବେ ଆସନ୍ତୁ ଦେଶର ଏକତା ବଜାୟ ରଖିବାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଅବଦାନକୁ ସମ୍ମାନ ଦେବା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login