The Ultimate Managed Hosting Platform
ADVERTISEMENT

ସର୍ଦ୍ଦାର ପଟେଲଙ୍କୁ ପିଏମଙ୍କ ଶ୍ରଦ୍ଧାଞ୍ଜଳି

Facebook
Twitter
LinkedIn

ନୂଆଦିଲ୍ଲୀ : ଦେଶ ପାଳୁଛି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ । ଗୁଜୁରାଟ ଷ୍ଟାଚ୍ୟୁ ଅଫ ୟୁନିଟରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଲେ ପିଏମ । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ମୃତି ଚାରଣ କଲେ ପ୍ରଧାନମନ୍ତ୍ରୀ । ଭାରତର ଲୌହପୁରୁଷ ସର୍ଦ୍ଦାର ବଳ୍ଲଭଭାଇ ପଟେଲଙ୍କ ଜନ୍ମ ବାର୍ଷିକୀ ରାଷ୍ଟ୍ରୀୟ ଏକତା ଦିବସ ପ୍ରତିବର୍ଷ ଅକ୍ଟୋବର ୩୧ରେ ପାଳନ କରାଯାଉଛି । ରାଷ୍ଟ୍ରୀୟ ଏକତା ଦିବସ ଭାରତର ଏକତା, ଅଖଣ୍ଡତା ଏବଂ ଜାତୀୟ ସଂହତିର ପ୍ରତୀକ । ସର୍ଦ୍ଦାର ପଟେଲଙ୍କ ୧୫୦ ତମ ଜୟନ୍ତୀ ପାଳନ ପାଇଁ ଚଳିତ ବର୍ଷର ରାଷ୍ଟ୍ରୀୟ ଏକତା ଦିବସ ପାଳନ ବିଶେଷ ଭାବରେ ସ୍ବତନ୍ତ୍ର । ଚଳିତ ବର୍ଷର ଉତ୍ସବ ଅନେକ ଦୃଷ୍ଟିରୁ ଅନନ୍ୟ ହେବ, ଯାହା ଏହି ଐତିହାସିକ ଅବସରକୁ ସ୍ମରଣୀୟ କରି ରଖିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login