The Ultimate Managed Hosting Platform
ADVERTISEMENT

ସର୍ଚ୍ଚ ଅପରେସନ୍ ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌, ଚାଲିଗଲା ଏଏସ୍‌ଆଇଙ୍କ ଜୀବନ

Facebook
Twitter
LinkedIn

ମାଲକାନଗିରି : ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣ । ଏପରି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲ୍ଲାରେ । ଏଥିରେ ଜଣେ ଏଏସଆଇ ଶହୀଦ ହୋଇଥିବା ବେଳେ ଜଣେ ହେଡ କନେଷ୍ଟବଳ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ନାରାୟଣପୁର ଜିଲ୍ଲା ସୋନପୁର ଥାନା ଅନ୍ତର୍ଗତ ଧଣ୍ଡରିବାଡା ଅଞ୍ଚଳରେ ରାସ୍ତା କାମ ଚାଲୁଥିଲା । ରାସ୍ତା କାମ ଚାଲୁଥିବା ବେଳେ ଆଇଟିବିପିର ୫୩ ବାଟାଲିୟନର ଯବାନ ମାନେ ଅପରେସନ କରୁଥିଲେ। ଠିକ୍ ଏହି ସମୟରେ ମାଓବାଦୀଙ୍କ ଦ୍ୱାରା ପୁର୍ବରୁ ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଯେଉଁ ଥିରେ ରାଜେନ୍ଦ୍ର ସିଂ ନାମକ ଜଣେ ଏଏସଆଇ ଶହୀଦ ହୋଇଥିବା ବେଳେ ମହେଶ ନାମକ ଜଣେ ହେଡ କନେଷ୍ଟବଳ ଗୁରୁତ୍ୱର ହୋଇଛନ୍ତି । ଘଟଣାସ୍ଥଳକୁ ଡିଆରଜି ବାହିନୀର ଏକ ଟିମ ପଠାଯାଇଥିବା ବେଳେ ଆହତଙ୍କୁ ମେଡ଼ିକାଲ ଆଣିବାର ବ୍ୟବସ୍ଥା ଚାଲୁଥିବା ଜଣାପଡିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login