The Ultimate Managed Hosting Platform
ADVERTISEMENT

ସରପଞ୍ଚ ହେବତ ଏମିତି।

Facebook
Twitter
LinkedIn

ସରପଞ୍ଚ ହେବତ ଏମିତ। ବସ୍ତା ବ୍ଲକ କରୁଆ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଜୟନ୍ତ କୁମାର ରଣା ପଞ୍ଚାୟତ ବାସୀଙ୍କୁ କଥାଦେଇ କଥା ରଖିଲେ | ଯିଏକି ନିଜର ଦାୟିତ୍ଵ ଓ କର୍ତ୍ତବ୍ୟ ପରାୟାଣ ପାଇଁ ଅଞ୍ଚଳ ବାସୀଙ୍କର ପ୍ରିୟଭାଜନ ହୋଇପାରିଛନ୍ତି | ଅନ୍ଯମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛନ୍ତି।


ସୂଚନା ଥାଉକି ସିଂଲା ହାଟ ଠାରୁ ମାଣିକପୁରା ଛକ ଭାୟା କରୁଆ ହୋଇ ରାସ୍ତାଟିଏ ସଂଯୋଗ କରିଛି। ତେବେ ଜଟିଗିରି ଘର ଠାରୁ ମାଣିକପୁରା ପର୍ଯ୍ୟନ୍ତ ୮୦୦ ମିଟର ରାସ୍ତାଟି କଚା ରାସ୍ତା ଥିଲା। ସାମାନ୍ୟ ବର୍ଷା ହେଲେ ,ରାସ୍ତାରେ ଅସଂଖ୍ୟ ଖାଲ ଖମାର ସାଙ୍ଗକୁ ଅନେକ ସ୍ଥାନରେ ଗର୍ତ୍ତ ହୋଇ ଅମଡ଼ା ବାଟ ସାଜିଥାଏ । ଏହି ରାସ୍ତା ଉପରେ ଆଖପାଖ ୨୦ଟି ପଞ୍ଚାୟତ ଲୋକ ନିର୍ଭର କରୁଥିବା ବେଳେ, ଦୈନିକ ଶହଶହ ସଂଖ୍ୟାର ଗାଡ଼ି ମୋଟର ଯାଆଆସ କରିଥାଏ। ଗମନାଗମନ ଦୃଷ୍ଟିରୁ ରାସ୍ତାର ଗୁରୁତ୍ଵ ଅଧିକ ଥିଲେବି, ବର୍ଷା ହେଲେ ଲୋକେ ବହୁ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି। ଆମ୍ବୁଲାନ୍ସ ଦମକଳ ଗାଡି ଯିବାତ ଦୂରର କଥା, ଖାଲି ପାଦରେ ଯାତାୟତ କରିବା ସମ୍ଭବ ହେଉନଥିଲା। ଏହି ରାସ୍ତା ଦୁରାବସ୍ଥା ଯୋଗୁ ଦୌନ ଦିନ ଲୋକମାନେ ନାହିଁ,ନଥିଲା ସମସ୍ୟା ଭୋଗୁ ଥିଲେ |

ତେବେ ନବ ନିର୍ବାଚିତ ସରପଞ୍ଚ ଜୟନ୍ତ ରଣା ଦାୟିତ୍ଵ ଗ୍ରହଣ କରିବା ପରେ ପ୍ରଥମ ପର୍ଯ୍ୟାୟରେ ୨୦୦ ମିଟର କଂକ୍ରିଟ ରାସ୍ତା ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ରାସ୍ତାକୁ ମେଟାଲ ମୋରମ ରାସ୍ତା ନିର୍ମାଣ କରି ଲୋକଙ୍କ ସମସ୍ୟାର ସମାଧାନ କରିଚନ୍ତି। କେବଳ ସେତିକି ନୁହଁ ଟାଣ ଖରାରେ ନିଜେ ଉପସ୍ଥିତ ରହି ରୋଲର ଉପରେ ବସି ନିର୍ମାଣ କାର୍ଯ୍ୟ ତଦାରଖ କରୁଥିବାର ଦେଖିବାକୁ ମିଳିଛି। ଯାହାପାଇଁ ଦକ୍ଷ ସରପଞ୍ଚ ଭାବେ ପଞ୍ଚାୟତ ବାସି ଓ ଏ ଅଞ୍ଚଳବାସୀଙ୍କ ମନ ଜିଣି ସଭିଙ୍କ ବେସ ପ୍ରିୟ ହୋଇ ପାରିଛନ୍ତି। ପିଲା ଠୁ ବୁଢ଼ା ସମସ୍ତେ କହୁଛନ୍ତି ସରପଞ୍ଚ ହେବତ ଆମ ଜୟନ୍ତ ଭାଇ ପରି ।
ବାଲେଶ୍ୱର ଜିଲ୍ଲା ବସ୍ତାରୁ ଅଜିତ କୁମାର ସାହୁ।ଶପଥ ନୀଉଜ୍।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login