The Ultimate Managed Hosting Platform
ADVERTISEMENT

ଅଫିସରଙ୍କ ଧର୍ମଘଟକୁ ନେଇ ରାଜସ୍ୱ ମନ୍ତ୍ରୀଙ୍କ ବଡ ବୟାନ, ସରକାରଙ୍କ ପାଖରେ ପ୍ଲାନ ୧,୨,୩ : ରାଜସ୍ୱ ମନ୍ତ୍ରୀ

Facebook
Twitter
LinkedIn

ଭୁବନେଶ୍ୱର : ଅଫିସରଙ୍କ ଧର୍ମଘଟକୁ ନେଇ ରାଜସ୍ୱ ମନ୍ତ୍ରୀଙ୍କ ବଡ ବୟାନ । ସବୁ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପାଖରେ ପ୍ଲାନ ୧,୨,୩ ଥାଏ । ଅତିରିକ୍ତ ତହସିଲଦାରଙ୍କୁ ମାଡ ବେଳେ କେଉଁ ଅଧିକାରୀ ସାମ୍ନାକୁ ଆସିଥିଲେ । ମୁଁ ନିଜେ ସାମ୍ନାକୁ ଆସିଥିଲି, ଆମ ଉପରେ ଭରସା ରଖନ୍ତୁ । ଯେଉଁ ଅଫିସରେ ଧର୍ମଘଟରେ ଅଛନ୍ତି, ତାଙ୍କ କଷ୍ଟ ଓ ଭାବନା ସହ ସରକାର ଅଛନ୍ତି । ଘଟଣାରେ ୫ ଜଣ ଗିରଫ ହୋଇ ସାରିଲେଣି , ଦଳରୁ ନିଲମ୍ବନ ବି ହୋଇଛି । ଯଦି ବିନା ପ୍ରମାଣରେ ପ୍ରଚ୍ଛଦପଟରେ କିଏ ଗିରଫ ହୁଅନ୍ତି , କୋର୍ଟ ଗ୍ରହଣ କରିବେନି । ଯେଉଁ ମାନଙ୍କ ଭିଡିଓ ଫୁଟେଜ ଅଛି , ସେମାନେ ଗିରଫ ହୋଇ ସାରିଛନ୍ତି ।
ଅନ୍ୟପଟେ ତେବେ ବନ୍ୟାଞ୍ଚଳରେ ନିୟୋଜିତ ଥିବା ଓଏଏସ ଅଧିକାରୀମାନେ କାର୍ୟ୍ୟ କରୁଛନ୍ତି । ସେହିପରି ରଥଯାତ୍ରାରେ ନିୟୋଜିତ ଥିବା ଓଏଏସ ଅଧିକାରୀମାନେ ମଧ୍ୟ ନିଜ କାର୍ୟ୍ୟ ସମ୍ପାଦନ କରୁଛନ୍ତି । ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ସଂଘ ୩ଟି ଦାବି ରଖିଛି । ମୁଖ୍ୟମନ୍ତ୍ରୀଙ୍କ ଉପରେ ପୂର୍ଣ୍ଣ ଭରସା ରହିଛି । ସେ ନିଶ୍ଚିତ ଆକ୍ସନ ନେବେ । ଯିଏ ଏହି ଘଟଣା ପଛରେ ରହିଛି ତା ଉପରେ ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ନେବେ ବୋଲି କହିଛି OAS ସଂଘ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ବନ୍ଦ ହେଲା କେଦାରନାଥ ଯାତ୍ରା , ପ୍ରବଳ ବର୍ଷା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଅଳକନନ୍ଦା ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଥାପି, ନଦୀ ଏବେ ବି...

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇ ହସପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ । ସୁସ୍ଥ ହେବା ସହ ସ୍ବାଭାବିକ ଚଲାବୁଲା...

ADVERTISEMENT

Login