The Ultimate Managed Hosting Platform
ADVERTISEMENT

ସରକାରକୁ ଆଗାମୀ ନିର୍ବାଚନରେ ହଟାଇବାକୁ ଆହ୍ୱାନ ଦେଲେ ।

Facebook
Twitter
LinkedIn

ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ବିଜେପି ସଭାପତି ନଡ୍ଡା । ତୁମୁଡ଼ିବନ୍ଧ ସଭାରେ ରାଜ୍ୟ ସରକାର ଙ୍କୁ ସମାଲୋଚନା କଲେ ନଡ୍ଡା । ପ୍ରଦେଶର ହିତ କଥା କହୁଥିବା ନବୀନ ବାବୁ ଆୟୁଷ୍ମାନ ଭାରତ ଯୋଜନାରୁ ୬୦ ଲକ୍ଷ ଲୋକଙ୍କୁ ବଞ୍ଚିତ କରୁଛନ୍ତି । ମୋଦି ସ୍ୱାସ୍ଥ୍ୟସେବା ଦେବାକୁ ଚାହୁଁଛନ୍ତି ହେଲେ ନବୀନ ସେଥିରେ ବାଧା ସୃଷ୍ଟି କରୁଛନ୍ତି । ଏଭଳି ସରକାରକୁ ଏଠାରେ ରଖାଯିବା ଉଚିତ କି ବୋଲି ପଚାରିଲେ ନଡ୍ଡା । ଏଭଳି ସରକାରକୁ ଆଗାମୀ ନିର୍ବାଚନରେ ହଟାଇବାକୁ ଆହ୍ୱାନ ଦେଲେ ।


ଓଡ଼ିଶା
 ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ କାମ କରିଛନ୍ତି କହିଲେ ନଡ୍ଡା । ଦେଶରେ ସର୍ବାଧିକ ୮୭ଟି ଏକଲବ୍ୟ ଆବାସିକ ସ୍କୁଲ ଓଡ଼ିଶାରେ ହୋଇଛି । ୩ ଶହ କୋଟି ଟଙ୍କାରେ ଭୁବନେଶ୍ୱର ରେଳ ଷ୍ଟେସନ ଚକାଚକ୍ ହେଉଛି । ପ୍ରତି ଘରକୁ ଟ୍ୟାପ୍ ପାଣି ପାଇଁ ୩୩୨୩ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ।

ଅନ୍ୟପଟେ ରତ୍ନ ଭଣ୍ଡାର କଥା ଉଠାଇ ନବୀନଙ୍କୁ ସିଧା ନିଶାନା କଲେ ଜେପି ନଡ୍ଡା । ରତ୍ନଭଣ୍ଡାରକୁ ସୁରକ୍ଷିତ ରଖିବା କାମ କାହିଁକି କରାଯାଉନି । ରତ୍ନଭଣ୍ଡାର ଚାବି କୁଆଡ଼େ ଗଲା, ନବୀନଙ୍କୁ ଜବାବ ଦେବାକୁ ହେବ । ନବୀନ କହିଥିଲେ ଓଡ଼ିଆ ୟୁନିଭର୍ସିଟି କରିବେ, ତାହା କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି ନଡ୍ଡା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login