ଭୁବନେଶ୍ୱର : ଶିକ୍ଷକ ଆନେ୍ଦାଳନକୁ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରତିକ୍ରିୟା । ଶିକ୍ଷକମାନଙ୍କୁ ଆନେ୍ଦାଳନ ନ କରିବାକୁ ଅପିଲ କଲେ ଗଣଶିକ୍ଷା ମନ୍ତ୍ରୀ । ଆମକୁ ସମୟ ଦିଅନ୍ତୁ, ଯାହାବି ସମସ୍ୟା ଅଛି ସମାଧାନ କରିବୁ । ଆଲୋଚନା ଓ ତର୍ଜମା କରି ସମାଧାନ କରିବୁ । ସବୁ ସମୟରେ ଶିକ୍ଷକ ମାନେ ରାଜରାସ୍ତାକୁ ଆସିବା ଠିକ ନୁହେଁ। ଏଭଳି କଲେ ଛାତ୍ରଛାତ୍ରୀଙ୍କ ପାଠ ପଢା ବ୍ୟାଘାତ ହେବ । ଆମ ସରକାର ମାତ୍ର ୧୪ ମାସର ସରକାର । ଏତେ କମ ସମୟ ମଧ୍ୟରେ ସମସ୍ତ କଥା ଜାଣିବା ବୁଝିବାକୁ ସମୟ ଆବଶ୍ୟକ। ଶିକ୍ଷକ ମାନଙ୍କର ଏହି ସମସ୍ୟା ହେଉଛି ଦୀର୍ଘ ଦିନର । ସରକାର ପରିବର୍ତ୍ତନ ପରେ ୯ହଜାରରୁ ଅଧିକ ଶିକ୍ଷକଙ୍କୁ ରେଗୁଲାର କରାଯାଇଛି । ବହୁ ଶିକ୍ଷକଙ୍କ କୋର୍ଟ କଚେରୀରେ ସମସ୍ୟା ପଡିରହିଛି । ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଥିବାରୁ ସରକାର ଚାହିଁଲେ ବି କିଛି କରିପାରୁନାହାନ୍ତି । ମୋହନ ସରକାର ଶିକ୍ଷକଙ୍କ ସମସ୍ୟା ପ୍ରତି ଅବଗତ ଓ ସଚେତନ ଅଛନ୍ତି । ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆସୁଛି ।
Views: 88