The Ultimate Managed Hosting Platform
ADVERTISEMENT

ସମ୍ ହସ୍ପିଟାଲରେ ସଫଳ ହେଲା ଜଟିଳ ହୃଦରୋଗରେ ପୀଡ଼ିତ ଥିବା ୬ ମାସ ଶିଶୁର ଅସ୍ତ୍ରୋପଚାର

Facebook
Twitter
LinkedIn

ଭୁବନେଶ୍ୱର : ସଫଳ ହେଲା ୬ ମାସ ଶିଶୁର ଅସ୍ତ୍ରୋପଚାର । ସମ୍ ହସ୍ପିଟାଲ୍‌ରେ ମାତ୍ର ୬ ମାସ ଶିଶୁର ଶରୀରରେ ଥିବା ଜଟିଳ ହୃଦ୍ ରୋଗ ସମସ୍ୟାର ସଫଳ ଅସ୍ତ୍ରୋପଚାର ସମ୍ଭବ ହୋଇ ପାରିଛି ।

ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳର ସୁବାଷ ଚନ୍ଦ୍ର ବେହେରାଙ୍କ ୬ ମାସର ଶିଶୁ ପୁତ୍ର ହୃଦ୍ ପଲ୍‌ମୁନାରୀ ଭାଲ୍‌ଭ ଷ୍ଟେନୋସିସ୍ ରୋଗରେ ପୀଡ଼ିତ ଥିବା ବେଳେ ଅସ୍ତ୍ରୋପଚାର ଜରିଆରେ ତାକୁ ସମ୍ପୂର୍ଣ୍ଣ ସୁସ୍ଥ କରିଛନ୍ତି ଆଇଏମ୍‌ଏସ୍ ଏବଂ ସମ୍ ହସ୍ପିଟାଲ୍ ଓ ସମ୍ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତରୀ ଦଳ । ତେବେ ଏହି ଶିଶୁର ଜନ୍ମଗତ ହୃଦଜନିତ ତୃଟି ଥିବା ବେଳେ ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲା । ଏହା ସହ ସେ ଖାଦ୍ୟ ମଧ୍ୟ ଠିକ୍ ଭାବରେ ଖାଇ ପାରୁ ନଥିଲା। ଚିକିତ୍ସା ପାଇଁ ଶିଶୁର ବାପାମା ବିଭିନ୍ନ ଡାକ୍ତରଖାନାରୁ ବିଫଳ ହେବା ପରେ ଶେଷରେ ସେ ଆଇଏମ୍‌ଏସ୍ ଏବଂ ସମ୍ ହସ୍ପିଟାଲ୍‌ର ହୃଦ୍‌ରୋଗ ବିଭାଗରେ ଶିଶୁଟିକୁ ଭର୍ତି କରିଥିଲେ।

ହସ୍ପିଟାଲ୍‌ର ହୃଦରୋଗ ବିଶେଷଜ୍ଞ ଆସୋସିଏଟ୍ ପ୍ରଫେସର ଡାକ୍ତର ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ତତ୍ୱାବଧାନରେ ଶିଶୁ ପୁତ୍ରର ଚିକିତ୍ସା ଆରମ୍ଭ କରା ଯାଇଥିଲା। ତେବେ ବିଭିନ୍ନ ପରୀକ୍ଷାରୁ ଶିଶୁର ହାର୍ଟରେ ପଲମୁନାରୀ ଭାଲବ୍ ଷ୍ଟେନୋସିସ୍ ଭଳି ଜଟିଳ ସମସ୍ୟା ରହିଥିବା ଜଣାପଡ଼ିଥିଲା । ହାର୍ଟର ଭାଲ୍‌ବରେ ଥିବା ତୃଟି ଯୋଗୁଁ ଫୁସଫୁସ୍‌କୁ ଠିକ୍ ଭାବରେ ଉପଯୁକ୍ତ ପରିମାଣର ରକ୍ତ ସଞ୍ଚାଳନ ହୋଇପାରୁନଥିଲା । ମାତ ୬ ମାସ ଶିଶୁର ଏହି ହୃଦ-ଅସ୍ତ୍ରୋପଚାର ଡାକ୍ତରଙ୍କ ପାଇଁ ଖୁବ୍ ଜଟିଳ ଥିଲା। ଏହା ସହ ଅସ୍ତ୍ରୋପଚାର ଦ୍ୱାରା ଶିଶୁର ଜୀବନ ପ୍ରତି ବିପଦ ମଧ୍ୟ ରହିଥିଲା। ତେବେ ଏହି ଅସ୍ତ୍ରୋପଚାର ପାଇଁ ସମ୍ ହସ୍ପିଟାଲ୍ ଏବଂ ସମ୍ ଅଲ୍ଟିମେଟ୍ ମେଡିକେୟାରର ବିଶେଷଜ୍ଞ ଡାକ୍ତରମାନଙ୍କୁ ନେଇ ଏକ ଚାରିଜଣିଆ ଡାକ୍ତରୀ ଦଳ ଗଠନ କରାଯାଇଥିଲା । ଏହି ଦଳରେ ସମ୍ ଅଲ୍ଟିମେଟ୍ ମେଡିକେୟାରର ହୃଦ୍‌ରୋଗ ବିଭାଗର ମୁଖ୍ୟ ତଥା ସିନିୟର୍ କନ୍‌ସଲ୍‌ଟାଣ୍ଟ ଡାକ୍ତର ଶରତ କୁମାର ସାହୁ, ଆଇଏମ୍‌ଏସ୍ ଏବଂ ସମ୍ ହସ୍ପିଟାଲ୍‌ର ଆସୋସିଏଟ୍ ପ୍ରଫେସର ଡାକ୍ତର ସୌମ୍ୟ ରଞ୍ଜନ ମହାପାତ୍ର, ଆସୋସିଏଟ୍ ପ୍ରଫେସର ଡାକ୍ତର ମାନଭଞ୍ଜନ ଜେନା ଏବଂ ଆନେସ୍ଥେସିଓଲୋଜି ବିଭାଗର ପ୍ରଫେସର ଡାକ୍ତର ରଞ୍ଜିତା ଆଚାର‌୍ୟ୍ୟ ପ୍ରମୁଖ ସାମିଲ ହୋଇ ବେଲୁନ୍ ପଲ୍‌ମୁନାରୀ ଭାଲ୍‌ଭୋଟାମି ପ୍ରକ୍ରିୟାରେ ଶିଶୁଟିର ସଫଳ ଅସ୍ତ୍ରୋପଚାର କରିଥିଲେ । ଅସ୍ତ୍ରୋପଚାର ପରେ ଶିଶୁଟି ପୁରା ସୁସ୍ଥ ହୋଇ ଘରକୁ ଫେରିଛି । ସୂଚନା ଥାଉକି, ସମ୍ ହସ୍ପିଟାଲ୍‌ରେ ଶିଶୁମାନଙ୍କ କ୍ଷେତ୍ରରେ ଜନ୍ମଗତ ଏବଂ ପରବର୍ତି ସମୟରେ ଦେଖା ଯାଉଥିବା ହୃଦଜନିତ ତୃଟିର ସମସ୍ତ ପ୍ରକାର ସଫଳ ଚିକିତ୍ସା ଓ ଅସ୍ତ୍ରୋପଚାର କରାଯିବା ସହ ଶିଶୁମାନେ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ରଦ୍ଦ ହେବ ରେଜିଷ୍ଟ୍ରେସନ ଓ ଲାଇସେନ୍ସ

ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ରଦ୍ଦ ହେବ ରେଜିଷ୍ଟ୍ରେସନ ଓ ଲାଇସେନ୍ସ

ଭୁବନେଶ୍ୱର : ଟ୍ରାଫିକ ନିୟମ ଉଲଂଘନ କରୁଥିଲେ ସାବଧାନ । ବାତିଲ ହେବ ଗାଡି ରେଜିଷ୍ଟ୍ରେସନ ଲାଇସେନ୍ସ । ବ୍ଲାକ୍ ଲିଷ୍ଟ ହୋଇପାରେ ଆପଣଙ୍କ ଗାଡ଼ି ।...

ଗୁଜୁରାଟରେ ସବୁ ମନ୍ତ୍ରୀଙ୍କ ଇସ୍ତଫା

ଗୁଜୁରାଟରେ ସବୁ ମନ୍ତ୍ରୀଙ୍କ ଇସ୍ତଫା

ଗୁଜୁରାଟ : ଗୁଜୁରାଟରେ ମୁଖ୍ୟମନ୍ତ୍ରୀଙ୍କୁ ଛାଡି ସବୁ ମନ୍ତ୍ରୀଙ୍କ ଇସ୍ତଫା । ସମସ୍ତ ମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କଲେ ରାଜ୍ୟପାଳ । ଆଜି ରାତିରେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ସ୍କର୍ପିଓ-ଟ୍ରେଲର ମୁହାଁମୁହିଁ ଧକ୍କା ; ୪ ଜଣଙ୍କର ଚାଲିଗଲା ଜୀବନ

ରାଜସ୍ଥାନ : ରାଜସ୍ଥାନର ବାଲୋତ୍ରାର ସିନ୍ଦାରି ଥାନା ସୀମା ଅନ୍ତର୍ଗତ ସଦା ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି ।...

Login