ଭୁବନେଶ୍ୱର: ସାରା ରାଜ୍ୟରେ ଅସହ୍ୟ ଗରମ ଓ ଗୁଳୁଗୁଳିରୁ ତ୍ରାହି ନାହିଁ । ସାଢେ ୨ଟା ସୁଦ୍ଧା ୪୫.୪ ଡିଗ୍ରୀ ସହ ସମ୍ବଲପୁର ସବୁଠୁ ଉତ୍ତପ୍ତ ।ଝାରସୁଗୁଡା ୪୪.୪ ଡିଗ୍ରୀ ରେକର୍ଡ । କେନ୍ଦୁଝରରେ ୩୯, ଚାନ୍ଦବାଲିରେ ୩୬.୮ ଓ ବାଲେଶ୍ୱରରେ ୩୪ ଡିଗ୍ରୀ ରେକର୍ଡ ହୋଇଛି ପାରା। ସିଭିୟର ହିଟ୍େଓ୍ଵଭ ନେଇ ଆଜି ପାଇଁ ୧୨ ଜିଲ୍ଲାକୁ ଅରେଞ୍ଜ ଓ ୫ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଓ୍ଵାର୍ଣ୍ଣିଂ । ସେପଟେ ଆହୁରି ୨ ଦିନ ତାତିରୁ ନିସ୍ତାର ନାହିଁ। ଆଗାମୀ ୨ ଦିନ ଯାଏଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ପରବର୍ତ୍ତୀ ସମୟରେ ଦିନ ତାପମାତ୍ରା ସାମାନ୍ୟ ତଳକୁ ଖସିବା ସମ୍ଭାବନା ରହିଛି।
Views: 89











