The Ultimate Managed Hosting Platform
ADVERTISEMENT

ସମ୍ବଲପୁର ପୋଲିସକୁ ସଫଳତା, ୧୬ ଲକ୍ଷ ଟଙ୍କା ସହ ଚୋରୀ ସୁନା ଉଦ୍ଧାର

Facebook
Twitter
LinkedIn

ସମ୍ବଲପୁର : ସମ୍ବଲପୁର ପୋଲିସକୁ ମିଳିଛି ବଡ ସଫଳତା । ୧୬ ଲକ୍ଷ ସହ ଚୋରୀ ସୁନା ଉଦ୍ଧାର ହୋଇଛି । ଗତ ୧୦ ତାରିଖରେବୁର୍ଲା କିରବା ଅଞ୍ଚଳର ଏକ ଘରୁକେହି ନଥିବା ସମୟରେ ଘରେ ଥୁବା ପ୍ରାୟ ୧୬ ଲକ୍ଷ ଟଙ୍କା ଓ ୧୩୧ ଗ୍ରାମ ସୁନା, ୭୬୦ ଗ୍ରାମ ଚୋରି ହୋଇଯାଇଥିଲା । ତେବେ ବୁର୍ଲା ପୋଲିସ ଘଟଣାର ତଦନ୍ତ କରି ଆଜି ଏହି ଘଟଣା ଉପରୁ ପରଦା ଉଠାଇଛି । କିରବା ନିବାସୀ ପ୍ରୀତି ପଣ୍ଡାଙ୍କ ଘରୁ ଚୋରି ହୋଇଥିବା ସମସ୍ତ ଟଙ୍କା ପୋଲିସ ଫେରାଇଛି । ପ୍ରୀତି ପଣ୍ଡାଙ୍କ ଘର ନିକଟରେ ରହୁଥିବା ଇନ୍ଦ୍ର ବେହେରା ଏହି ଚୋରି କରିଥିଲେ। କିନ୍ତୁ ଚୋରି ଟଙ୍କା ସେ ଖର୍ଚ୍ଚ ନକରି ଏକ ପରିତ୍ୟକ୍ତ ସ୍ଥାନରେ ଲୁଚାଇ ଦେଇଥିଲେ । ପୋଲିସ ବହୁ କଷ୍ଟରେ ଇନ୍ଦ୍ରକୁ ଧରିଥିଲା । ତେବେ ପ୍ରୀତି ଏତେ ଟଙ୍କା କାହିଁକି ଘରେ ରଖିଥିଲେ ତାହା ସ୍ପଷ୍ଟ କରିନାହାନ୍ତି ।କେବଳ ବାପାଙ୍କ ଅବସର ଟଙ୍କା ଓ ଭାଇର ମୋବାଇଲ ଦୋକାନରୁ ଲାଭ ହୋଇଥିବା ଟଙ୍କା ଘରେ ଗଛିତ କରି ରଖିଥିଲେ। ପରିବାର ଲୋକେ ବ୍ୟାଙ୍କକୁ ଭରଷା କରୁନଥିବାରୁ ଘରେ ଏତେ ଟଙ୍କା ରଖିଥିଲେ ବୋଲି କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login